ବଜ୍ରପାତରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ

କାଲିମେଳା: ଆଜି ସନ୍ଧ୍ୟରେ ମାଲକାନଗିରି ଜିଲ୍ଲା ଏମଭି୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଂଚାୟତର ଏମପିଭି ୬୯ ଗ୍ରାମରେ ବଜ୍ରପାତ ଘଟି ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହୋଇଯାଇଛି। ସେହି ଗ୍ରାମର ଅଙ୍ଗନବାଡି କର୍ମୀ ଅନିମା ବିଶ୍ୱାସ (୩୫)ଓ ତାଙ୍କ ଝିଅ ମୌସୁମୀ ବିଶ୍ୱାସ (୧୪)ଗାଁ ନିକଟସ୍ଥ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇ ଥିବା ବେଳେ ହଠାତ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଅନିମା ବିଶ୍ୱାସ ଓ ଝିଅ ମୌସୁମୀ ଅଚେତ ହୋଇ ପଡି ଥିବା ବେଳେ ସ୍ଥାନୀୟ ଲୋକ ଦେଖି ପଡିଆ ମେଡିକାଲକୁ ଆଣିଥିଲେ। ସେଠାରେ ଅନିମାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଝିଅର ଗୋଟିଏ ଗୋଡ଼ ପୋଡି ଯାଇଥବାରୁ ତାର ଚିକିତ୍ସା କରା ଯାଉଥିବାର ଜଣାପଡିଛି। ଅନିମା ବିଶ୍ୱାସ ଏମପିଭି୬୯ କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବରେ କାମ କରୁଥିଲେ।

ସମ୍ବନ୍ଧିତ ଖବର