ବାରିପଦାରେ ଅଙ୍ଗନୱାଡି କର୍ମୀ ସମାବେଶ

ବାରିପଦା: ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟକ ସାମୁଖ୍ୟ ଏବଂ ବିଜୁ ଶ୍ରମିକ ସାମୁଖ୍ୟଙ୍କ କର୍ମୀ ସମ୍ମିଳନୀ ସ୍ଥାନୀୟ ଛଉପଡ଼ିଆରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସମାବେଶରେ ମହିଳା ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ରାଜ୍ୟସଭା ସାଂସଦ ସୁବାସ ସିଂ ଓ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ରାଜ୍ୟ କୃଷି ନିଗମ ଅଧକ୍ଷ ଦେବାଶିଷ ମହାନ୍ତି, ପୁର୍ବତନ ଏସଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡିଙ୍କ ସମେତ ବିଜେଡି ଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଆଗାମୀ ଦିନରେ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ କରିବାକୁ ଯୋଜନା ରଖିଛନ୍ତି, ଏନେଇ ଅଙ୍ଗନବାଡି କର୍ମୀଙ୍କ ସହ ଆଲୋଚନା କରିବା ଜରୁରୀ ହୋଇଥିବା ବେଳେ ଜିଲ୍ଲାରେ ଏହି ସମାବେଶ ଆୟୋଜନ କରାଯାଇଥିବା ବିଷୟରେ ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି । ଏଥିରେ ଜିଲ୍ଲାରୁ ପ୍ରାୟ ହଜାର ହଜାର ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ ।

ଏହି ସମାବେଶ ମାଧ୍ୟମରେ ଅଙ୍ଗନବାଡି କର୍ମୀମାନେ ସରକାରଙ୍କ ଠାରୁ ଅନେକ କିଛି ଆଶା ରଖିଥିବା ପ୍ରକାଶ କରିଛନ୍ତି । ତେବେ ଆଗକୁ ଆସୁଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷିରେ ଏଭଳି ସମାବେଶ ଆୟୋଜନ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର