ଅନୁଗୁଳ: ଆସନ୍ତା ଜାନୁଆରି ୧୨ରୁ ୧୪ ପର୍ଯ୍ୟନ୍ତ ଅନୁଗୁଳ ମହୋତ୍ସବ ଅନୁଷ୍ଠିତ ହେବ। ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଏହି ମହୋତ୍ସବରେ ଖାଦ୍ୟ ମେଳା, ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି।

Advertisment

ତେବେ ପ୍ରଥମ ଥର ପାଇଁ ଏଥର ଅନୁଗୁଳ ସମେତ ସମସ୍ତ ଉପଖଣ୍ଡ ଓ ଛେଣ୍ଡିପଦାରେ ଏହି ଉତ୍ସବ କରାଯିବ। ତାଳଚେର, ଛେଣ୍ଡିପଦା, ପାଳଲହଡ଼ା ଓ ଆଠମଲ୍ଲିକରେ ଏହି ଉତ୍ସବ ଶେଷ ହେବା ପରେ ଅନୁଗୁଳ‌ରେ ଉଦ୍‌ଯାପନୀ ଉତ୍ସବ କରିବାକୁ ଯୋଜନା କରାଯାଇଛି। ସୂଚନା ଅନୁସାରେ, ତାଳଚେରରେ ଡିସେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ସେହିପରି ଛେଣ୍ଡିପଦାରେ ଡିସେମ୍ବର‌ ୨୭ରୁ ୨୯, ପାଳଲହଡ଼ାରେ ଜାନୁଆରି ୫ରୁ ୭ ଓ ଆଠମଲ୍ଲିକରେ ଜାନୁଆରି ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ମହୋତ୍ସବ କରାଯିବ।