ବାର୍‌ହା ଆକ୍ରମଣରେ ବୃଦ୍ଧ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ମାଲ ବନାଞ୍ଚଳରେ ସୋମବାର ବାର୍‌ହା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧଙ୍କ ନାମ ଦଣ୍ଡମାଝି ଘର ତେଲିଘଣା ଏବଂ ବୟସ ୬୦ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ଦଣ୍ଡମାଝି ତାଙ୍କ ବୋହୂଙ୍କ ସହ ପାଖ ଜଙ୍ଗଲ ନିକଟରେ ଥିବା ଚାଷ ଜମିକୁ ଯାଇଥିଲେ। ଏହି ସମୟରେ ଏକ ବାର୍‌ହା ଦଣ୍ଡାମାଝି ଓ ତାଙ୍କ ବୋହୂ ଉପରକୁ ଆକ୍ରମଣ କରିଥିଲା । ବାର୍‌ହା ଆକ୍ରମଣରେ ଦଣ୍ଡମାଝିଙ୍କ ମୃତ୍ୟୁ ହୋଇ ଯାଇଥିଲା ବେଳେ ତାଙ୍କ ବୋହୂଙ୍କୁ ଗୁରୁତର ହୋଇଥିଲା। ଗ୍ରାମବାସୀ ଦଣ୍ଡମାଝିଙ୍କ ବୋହୂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର