ଢ଼େଙ୍କାନାଳ: ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା ନିଆରା ଢ଼ଙ୍ଗରେ ଦେଇଛନ୍ତି ଅଙ୍କିତା ସାହୁ। ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବାବେଳେ ଏହି ଅବସରରେ କାଠ ଚାମଚରେ ମହାଲକ୍ଷ୍ମୀଙ୍କ ଚିତ୍ର ଆଙ୍କିଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦଧିସିଙ୍ଗା ଗ୍ରାମର ଅଙ୍କିତା। ଢେଙ୍କାନାଳବାସୀଙ୍କ ପରିଚୟ ଲକ୍ଷ୍ମୀପୂଜା ରହିଥିବାବେଳେ ସେ ନିଆରା ଉଦ୍ୟମ କରିଛନ୍ତି। କଟକଣା ଯୋଗୁ ଗଜଲକ୍ଷ୍ମୀ ପୂଜା ଦୁଇବର୍ଷ ଠିକ ଭାବେ ପାଳନ ହୋଇନଥିବାବେଳେ ଚଳିତବର୍ଷ ବେଶ ଧୁମଧୁମରେ ଏହି ପୂଜା ପାଳନ କରାଯାଉଛି। ପୂଜା ମଧ୍ୟରେ ସ୍ୱଚ୍ଛତାକୁ ମଧ୍ୟ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ଏଥିପାଇଁ ପ୍ଲାଷ୍ଟିକ ବର୍ଜନର ଏକ ବାର୍ତ୍ତା ନେଇ କାଠ ଚାମଚରେ ମା ଲକ୍ଷ୍ମୀଙ୍କ ଚିତ୍ର ଆଙ୍କିଛନ୍ତି ବୋଲି ଅଙ୍କିତା।
ଏ ନେଇ ଅଙ୍କିତା କହନ୍ତି, ଚଳିତବର୍ଷ ବେଶ ଧୁମଧାମରେ ଢେଙ୍କାନାଳରେ ପୂଜା ପାଳନ ହେଉଥିବାବେଳେ ପୂଜା ମଣ୍ତପ ଓ ସହରରେ ଯେପରି ସ୍ବଚ୍ଛତା ବଜାୟ ରହିବ ସେହି ବାର୍ତ୍ତା ନେଇ ଚାମଚରେ ମା ଲକ୍ଷ୍ମୀଙ୍କ ଚିତ୍ର ଆଙ୍କିଛି। ଏହି ଚିତ୍ରକଳାରେ ଆକ୍ରେଲିକ ରଙ୍ଗ ବ୍ୟବହାର କରିଥିବା ବେଳେ ୩୦ ମିନିଟ ସମୟ ଭିତରେ ଏହାକୁ ସମାପ୍ତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/WhatsApp-Image-2022-10-10-at-4.48.25-PM.jpeg)