ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ସାନପାଖନା ଗ୍ରାମପଞ୍ଚାୟତର ବଡ଼ପାଖନାଠାରୁ ବହଳଦା ବ୍ଲକ୍ ଅଁଳାଯୋଡ଼ି ଗ୍ରାମପଞ୍ଚାୟତର ଅଁଳାଯୋଡି, କୋଣ ଭାୟା ଅସନା ରାସ୍ତା ଅସମ୍ପୂର୍ଣ ନେଇ ଯାତ୍ରୀ ହନ୍ତସନ୍ତ। ଉକ୍ତ ରାସ୍ତା କାର୍ଯ୍ୟଟି ରାଇରଙ୍ଗପୁର (ରାସ୍ତା ଓ କୋଠାବାଡି) ବିଭାଜନ ସଂସ୍ଥା ପକ୍ଷରୁ କରାଯାଉଥିବା ବେଳେ ନିର୍ମାଣୀକାରୀ ସଂସ୍ଥା ସଞିବ କୁମାର ନାୟକଙ୍କ ଦ୍ୱାରା କରାଯାଉଛି।

Advertisment

ସୂଚନାଯୋଗ୍ୟ ଉକ୍ତ ରାସ୍ତା କାର୍ଯ୍ୟଟି ୨୦୨୨ ଡିସେମ୍ବରରେ ଆରମ୍ଭ ହୋଇ ଡିସେମ୍ବର ୨୦୨୩ ରେ ସମ୍ପୂର୍ଣ ହେବା ନେଇ ସୂଚନା ଫକଳ ଲଗାଯାଇଥିଲା। ତାହାର ଅଟକଳ ମୁଲ୍ୟ ୯ କୋଟି ୨୭ଲକ୍ଷ ୩୯ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। କିନ୍ତୁ ତାହା ଅସମ୍ପୂର୍ଣ ହୋଇରହିଛି। ପୂର୍ବରୁ ଥିବା ପୁରୁଣା ରାସ୍ତାକୁ ୨ ଫୁଟରୁ ଊର୍ଦ୍ଧ୍ବ ଗର୍ତ୍ତ କରି ତାଡ଼ିବା ପରେ କାର୍ଯ୍ୟ ଅଧାପନ୍ତରିଆ କରି ଛାଡି ଦେଇଥିଲେ। ପରେ ସେଥିରେମେଟାଲ ଓ ଡସ୍ଟ ପକାଯାଇଛି ଏଣୁ ଉକ୍ତ ରାସ୍ତାଦେଇ ଗମନା ଗମନ କରୁଥିବା ୬୦ରୁ ଅଧିକ ଗ୍ରାମର ଗ୍ରାମବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ତେବେ ଟିକିଏ ବର୍ଷା ଉକ୍ତସ୍ଥାନରେ ପାଣି ଜମିରହୁଛି। ତାହା ରାସ୍ତା କି ଗର୍ତ ଜଣାପଡୁନି, ଯାହା ଫଳରେ ଯାତ୍ରୀମାନେ ଜାଣିନପାରି ବାଇକ୍, ସାଇକେଲ ଆଦିରୁ ପଡ଼ିହୋଇ ଖଣ୍ଡିଆ ଖାବରା ହୋଇ ଆହତ ହେଉଛନ୍ତି। ରାସ୍ତା ଓସାରିଆ ଭାବେ ନିର୍ମାଣ ହେବ ବୋଲି କହି ରାସ୍ତାର ଖୋଳାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଛି। ଯାହାଫଳରେ ପ୍ରତ୍ୟେକ ଦିନ ଯାତ୍ରୀମାନେ ଖସି ପଡି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ତେବେ ଯଥାଶିଘ୍ର ରାସ୍ତାକାର୍ଯ୍ୟ ସମ୍ପୂର୍ଣ କରାଯାଉ ବୋଲି ଅଂଚଳବାସୀ ଦାବି କରିଛନ୍ତି।