ବାଲେଶ୍ବର : ‘ସମ୍ବାଦ’ର ୩୮ ତମ ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ‘ସମ୍ବାଦ’ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେବ। ଏ ବର୍ଷ କରୋନା ମହାମାରୀର ୨ୟ ଲହରର ପ୍ରଭାବ କମି ଆସୁଥିଲେ ମଧ୍ୟ ଯେହେତୁ ଛୋଟ ପିଲାମାନଙ୍କର ଟିକାକରଣ ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ। ସେ ଦୃଷ୍ଟିରୁ ପୁନର୍ବାର ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ ପ୍ରତିଯୋଗିତାଗୁଡ଼ିକ ଅନ୍ଲାଇନ୍ରେ କରାଯିବ। ବିତର୍କ ଓ ସାରେଗାମା ପ୍ରତିଯୋଗିତାକୁ ଅନ୍ଲାଇନରେ କରାଯିବ।
ସୂଚନା ଥାଉକି, ୧ମରୁ ୫ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ରହିଥିବା ବେଳେ ୬ଷ୍ଠରୁ ୮ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର, ୯ରୁ ୧୦ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଭାଗ ନେବେ।
ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ଅନ୍ଲାଇନ ରେଜିଷ୍ଟ୍ରେସନ୍ର ବ୍ୟବସ୍ଥା କରାଯାଇଛି। ନିଜ ମୋବାଇଲରେ Play store କୁ ଯାଇ sambad Ama Odisha ଆପ୍ ଡାଉନ୍ଲୋଡ୍ କରି କେଉଁ ପ୍ରତିଯୋଗିତାରେ ଭାଗନେବାକୁ ଚାହୁଁଛନ୍ତି ସେଥିରେ ରେଜିଷ୍ଟ୍ରେସନ କରିବେ। ରେଜିଷ୍ଟ୍ରେସନ ଫର୍ମର ପ୍ରତ୍ୟେକ ବକ୍ସକୁ ପୂରଣ କରି Submit କରିବେ। Submit କରିବା ମାତ୍ରେ ଆପଣଙ୍କ ମୋବାଇଲ୍ରେ Thank you Message ସହ ରେଜିଷ୍ଟ୍ରେସନ ନମ୍ବର ଦେଖାଯିବ। ପର ମୁହୂର୍ତ୍ତରେ ଆପଣଙ୍କ ଫୋନ୍ ନମ୍ବରକୁ SMS ମାଧ୍ୟମରେ ରେଜିଷ୍ଟ୍ରେସନ ନମ୍ବର ଆସିଯିବ। ସେହିପରି https://competition.sambad.in/ ଲିଙ୍କରେ ମଧ୍ୟ ପଞ୍ଜୀକରଣ କରିପାରିବେ। ଏହି ପ୍ରତିଯୋଗିତାର ରାଜ୍ୟସ୍ତରୀୟ ପୁରସ୍କାର ଭାବରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ପ୍ରତିଯୋଗୀଙ୍କ ପାଇଁ ୧୦,୦୦୦/-, ଦ୍ବିତୀୟ ସ୍ଥାନ ପାଇଁ ୭,୫୦୦/- ଏବଂ ତୃତୀୟ ସ୍ଥାନ ପାଇଁ ୫,୦୦୦ ଟଙ୍କା ଘୋଷଣା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Capture.jpg)