ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି । କଲେଜ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ୧୯୮୧ରେ ସ୍ଥାପିତ ଏହି ମହାବିଦ୍ୟାଳୟରେ ଦୀର୍ଘ ଦିନ ଧରି ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବା ପାଇଁ ଦାବି ହୋଇଆସୁଥିଲା ।

ଏହି ଶ୍ରେଣୀ ଖୋଲିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ସହରର ବରିଷ୍ଠ ନାଗରିକ, ଅଭିଭାବକ ଓ ଛାତ୍ରୀଙ୍କ ମତାମତ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ବିଜୟଲକ୍ଷ୍ମୀ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଧ୍ୟାପିକା କବିତା କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ଡ ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ମହାବିଦ୍ୟାଳୟର କର୍ମଚାରୀ, ସହକାରୀ ଗ୍ରନ୍ଥାଗାରିକ ଓ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଙ୍କୁ  ସମ୍ବର୍ଦ୍ଧିତ ତଥା ପୁରସ୍କୃତ କରାଯାଇଥିଲା ।

ସମ୍ବନ୍ଧିତ ଖବର