ଖୋର୍ଦ୍ଧା: ଯାଁଳା ଠାରେ ଥିବା ଅମ୍ରିତା ବିଦ୍ୟାଳୟର ୧୦ମ ବାର୍ଷିକୋତ୍ସବ ଧାରାମୃତମ୍‌ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ଏସ୍ଓଏ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ଡଃ. ଅଶୋକ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସହୋଦୟ କମ୍ପ୍ଲେକ୍ସର ଅଧ୍ୟକ୍ଷ କର୍ଣ୍ଣେଲ ବାଲୁ ଭାରତ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ମୌସୁମୀ ପଟ୍ଟନାୟକ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ବ୍ରହ୍ମଚାରିଣୀ ନମ୍ରତାଅମ୍ରିତା ଓ ବ୍ରହ୍ମଚାରିଣୀ ରସିକାମି୍ରତା କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ବିଦ୍ୟାଳୟର ସ୍ଥାପନା ଓ ୧୦ ବର୍ଷର ସ୍ମୃତି ବଖାଣିଥିଲେ। ମଞ୍ଚାସୀନ ଅତିଥିମାନେ, ଶିକ୍ଷା ସହ ବିଦ୍ୟାଳୟରେ ନୈତିକ ମୂଲ୍ୟବୋଧର ଶିକ୍ଷା, ଶୃଙ୍ଖଳିତ ଜୀବନର ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।

Advertisment

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ବିଦ୍ୟାଳୟର କେତେକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁଛନ୍ଦା ପରିଡ଼ା ଓ ପ୍ରୀତି ଭାଗଦଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ବିଦ୍ୟାର୍ଥୀଙ୍କ ଜୀବନରେ ସାମାଜିକ ଗଣମାଧ୍ୟମର ପ୍ରଭାବ ସମ୍ପର୍କିତ ଏକ ମେଲୋଡ୍ରାମା ମଂଚସ୍ଥ କରିଥିଲେ।