ଘୁ ଉଦୟଗିରି: ସ୍ଥାନୀୟ ଟାଉନହଲ୍‌ ପରିସରରେ ଅଙ୍କୁରମ କିଡସ୍ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ସ୍କୁଲ ଅଧକ୍ଷା ପ୍ରମିଳା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବରେ କଳିଙ୍ଗ ମହାବିଦ୍ୟାଳୟ ଅଧକ୍ଷ ସୁଧାଂଶୁ ଶେଖର ମେହେର, ସ୍ଥାନୀୟ ଥାନା ଅଧିକାରୀ ଭଗବାନ ପୂଜାରୀ, ବରିଷ୍ଠ ସାମ୍ବାଦିକ ସମୀର କୁମାର୍ ପାଢ଼ୀ ଉପସ୍ଥିତ ରହିଥିବା ବେଳେ ସ୍କୁଲ୍ ଫାଉଣ୍ଡର ତଥା ଅଧ୍ୟକ୍ଷା ମୀନତି ପଣ୍ଡା ଉପସ୍ଥିତ ରହିଥିଲେ ।ପ୍ରାରମ୍ଭରେ ଉପସ୍ଥିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରାଯାଇଥିଲା ଓ ପୁଷ୍ପଗୁଚ୍ଛ ସହିତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ଓ ପରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା।

Advertisment

କାର୍ଯ୍ୟକ୍ରମରେ  ସ୍କୁଲ୍ ଫାଉଣ୍ଡର ତଥା ନିର୍ଦେଶୀକା ମୀନତି ପଣ୍ଡା ସ୍ୱାଗତ ଭାଷଣ  ପ୍ରଦାନ କରିଥିବା ବେଳେ ସ୍କୁଲ୍ ଅଧ୍ୟକ୍ଷା ପ୍ରମିଳା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଶ୍ରୀ ପାଢ଼ୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ କରିବା ସହିତ ଉତ୍ତମ ମଣିଷ ଗଠନ କରିବା ସ୍ଥାନ ଏହା ଏକ ଉପଯୁକ୍ତ ସ୍କୁଲ୍ ବୋଲି କହିବା ସହିତ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ମଧ୍ୟ ନିଜ ବାର୍ତାରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ନିକଟରେ କିଛି ନା କିଛି ଦକ୍ଷତା ରହିଛି ସେହି ଦକ୍ଷତାକୁ ନେଇ ଉତ୍ସାହ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ସ୍ଥାନୀୟ ଥାନା ଅଧିକାରୀ ଭଗବାନ ପୂଜାରୀ ମଧ୍ୟ ନିଜ ଅଭିଭାଷଣରେ ମଧ୍ୟ କହିଥିଲେ ଛାତ୍ରଛାତ୍ରୀ ମାନଙ୍କୁ ଯେତେବେଳେ ଶିକ୍ଷା ଦେଉଛୁ ପ୍ରଥମେ ଆମେ ଭାଷା ବିଷୟରେ ଶିକ୍ଷା ଦେବା ସହିତ ବିଭିନ୍ନ ଭାଷା ବିଷୟରେ ଶିକ୍ଷା ଦେଉଛୁ କିନ୍ତୁ ନୈତିକତା ଶିକ୍ଷା ମଧ୍ୟ ପରିବାର ମଧ୍ୟରେ ଶିକ୍ଷା ଦେବା ତା ସହିତ ଭଲ ମଣିଷ ହେବା ହେଲେ ଉତ୍ତମ ସମ୍ମାନ ବିଷୟକୁ ଶିକ୍ଷା ଗ୍ରହଣ କହିବା ଓ ପରେ ଦୁର୍ନୀତି ବିଷୟରେ କୌଣସି ପ୍ରୋତ୍ସାହନ ଦିଅନ୍ତୁ ନାହିଁ, ଯେତେବେଳେ ସେମାନେ ସଂସ୍କାର ଶିଖାଇବା ସହିତ ନୈତିକ ଶିକ୍ଷା ଦେବା ସହିତ ସ୍କୁଲ୍ ର ଉତ୍ତମ ଭବିଷ୍ୟତ କାମନା କରିଥିଲେ। ଶ୍ରୀମତୀ ଶତପଥୀ ମଧ୍ୟ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ପଥରେ କଢ଼ାଇ ନେବା ସହିତ, ସ୍କୁଲ୍‌ର ଉତ୍ତମ ଭବିଷ୍ୟତ ଗଠନ ବିଷୟରେ ପ୍ରକାଶ କରିଥିଲେ। ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ରାଙ୍ଗୋଲି ପ୍ରତିଯୋଗିତାରେ ମାଆ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ଶେଷରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସୁନ୍ଦର୍ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।