ରାୟଗଡା: ସଦର ବ୍ଲକ ସ୍ଥିତ କୁଲି ଉଚ୍ଚ ବିଦ୍ୟାଳୟରେ ଦ୍ବିତୀୟ ବାର୍ଷିକ ଉତ୍ସବ ମହାସମାହାରରେ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ ଯୋଗ ଦେଇଥଇବା ବେଳେ ସମ୍ମାନିତ ଅତିଥି ଭାବେ ଟୁନି ହୁଇକା, ରାୟଗଡ଼ା ବ୍ଲକ ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକ, ସ୍ଥାନୀୟ ସରପଞ୍ଚ ମାଙ୍ଗି କାଡ୍ରାକା, ରାୟଗଡ଼ା ବ୍ଲକ ବିଜେଡି ଉପସଭାପତି ଚନ୍ଦ୍ରକାନ୍ତ ସାମଲ, ସ୍ଥାନୀୟ ସରପଞ୍ଚ ମାଙ୍ଗି କାଡ୍ରାକା, ସ୍କୁଲ ସଭାପତି କେ ପାଇଟିତାଲି ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅମୂଲ୍ୟ ରତ୍ନ ସାହୁ ଯୋଗ ଦେଇଥିଲେ। ପ୍ରଥମେ ଅତିଥିମାନେ ସ୍କୁଲର ଆନୁସାଙ୍ଗିକ ବ୍ୟବସ୍ଥା ସହିତ ଇ-ଲାଇବ୍ରେରୀ , ସ୍ମାର୍ଟକ୍ଲାସ ରୁମ୍ ଦେଖୀ ଖୁସିବ୍ୟକ୍ତ କରିଥିଲେ। ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅନିତା ଷଡ଼ଙ୍ଗୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସ୍କୁଲର କୁନି କୁନି ଛାତରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ କରିଥିଲେ।
ଏହି ପରିପରେକ୍ଷୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ପତୀ ମାଝୀ ଶିକ୍ଷା କେତେ ମହାନ୍ ସେ ବିଷୟରେ ଆଲୋକପାତ କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ଟୁନି ହୁଇକା ୫ଟି ସ୍କୁଲ ହେଲା ପରେ ଛାତ୍ରଛତ୍ରୀମାନେ କେତେ ଉପକାର ପାଉଛନ୍ତି ସେ ନେଇ ନିଜ ବ୍ୟକ୍ତବ ରଖିଥିଲେ। ସେହିପରି ମୁଖ୍ୟ ବକ୍ତା ଶ୍ରୀ ସାହୁ ଶିକ୍ଷା ହିଁ ସୁସ୍ଥ ସମାଜ ଗଠନ କରିବା ପାଇଁ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଶେଷରେ ଧର୍ମେନ୍ଦ୍ର କାଡ୍ରାକା ଧନ୍ୟବାଦ ଅର୍ପଣ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Rgda-Kuli-schoole-re-annual-function-2.jpg)