ଶିକ୍ଷାର ଉଦ୍ଦେଶ୍ୟ ନିଜକୁ ପରିପ୍ରକାଶ କରିବା: ଭଗବାନ ପ୍ରକାଶ

ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ 

ଖୋର୍ଦ୍ଧା: ୨୦-୩୦ ବର୍ଷ ପୂର୍ବେ ଭାରତକୁ ବିଦେଶରେ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। ବର୍ତ୍ତମାନ ସେଇ ଦୃଷ୍ଟିଭଙ୍ଗି ପରିବର୍ତନ ହୋଇଛି। ଭାରତକୁ ବିଦେଶରେ ସ୍ନେହ ଓ ସମ୍ମାନ ଦେଉଛନ୍ତି। ଏହା କେବଳ ଦେଶର ଶିକ୍ଷିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ଆଜି ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ତଥା ଚଳିତ ବର୍ଷର ସମ୍ମାନଜନକ ପ୍ରାଣନାଥ ପଟ୍ଟନାୟକ ସମ୍ମାନରେ ସମ୍ମାନିତ ହୋଇଥିବା ଭଗବାନ ପ୍ରକାଶ ନିଜ ବକ୍ତବ୍ୟରେ କହିଛନ୍ତି। ସେ କହିଛନ୍ତି ଯେ ଶିକ୍ଷାର ଅର୍ଥ କେବଳ ଶିକ୍ଷିତ ହେବା ନୁହେଁ। ବିଦ୍ୟାର୍ଜନ କରିବା ନିଜର ସୁଗୁଣାବଳୀକୁ ପରିପ୍ରକାଶ କରିବା ଶିକ୍ଷାର ମୂଳ ଉଦ୍ଦେଶ୍ୟ। ବର୍ତ୍ତମାନ ଏହି ଆଭିମୁଖ୍ୟରେ ନୂତନ ଶିକ୍ଷାନୀତି ଏକ ଯୁଗା‘କାରୀ ପଦକ୍ଷେପ। ଏହାକୁ ସମସ୍ତେ ପଢ଼ିବା ଉଚ୍ଚିତ।

ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଯୋଗ ଦେଇଥିଲେ। ଖୋର୍ଦ୍ଧା ବିଧାୟକ ତଥା ମହାବିଦ୍ୟାଳୟ ପରିଚାଳନା ବୋର୍ଡ ଅଧ୍ୟକ୍ଷ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମଂଚ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ କୂଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଚଳିତ ବର୍ଷର ମଂଜରୀ ଦେବୀ ସାହିତ୍ୟ ସମ୍ମାନରେ ସମ୍ମାନିତ ଲେଖିକା ବନୋଜ ଦେବୀ, ପ୍ରାଣନାଥ ସଂଗୀତ ସମ୍ମାନରେ ସମ୍ମାନିତ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମଂଚାସୀନ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ରଂଜିତା ସେଠୀ ସ୍ବାଗତ ଭାଷଣ ଓ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ପୁରାତନ ଛାତ୍ରସଂସଦ ପକ୍ଷରୁ ଖୋର୍ଦ୍ଧାର ବିଶିଷ୍ଟ ସମାଜସେବୀ, ଦୁଃସ୍ଥ ମହିଳା, ପୁରଷ ଓ ଛୋଟ ଶିଶୁଙ୍କ ଥଇଥାନ କେନ୍ଦ୍ର ମିଶନ ଆଶ୍ରା, ମିଶନ ଆଶାଲୋକ, ଆମ ଘର, ବୃଦ୍ଧାଶ୍ରମ ଆଦି ପ୍ରତିଷ୍ଠା, କୃଷିର ବିକାଶ ପାଇଁ କୃଷକ କ୍ଲବ, ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଅନ୍ନପୂର୍ଣ୍ଣା ଫାଇନାନ୍ସ ଭଳି ସ୍ଥାପନା କରିଥିବା, ଖୋର୍ଦ୍ଧାର ବିକାଶ ତଥା ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ ପ୍ରତିଷ୍ଠା ଓ ପରିଚାଳନାରେ ପ୍ରମୁଖ ଭୂମିକା ନେଇଥିବା ସଂଜୟ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ଭଂଜ, ଡାକ୍ତର ବିଶ୍ୱନାଥ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା।

ସେହିଭଳି ମହାବିଦ୍ୟାଳୟର ବିଜ୍ଞାନରେ ଟପର ପ୍ରାଚୀ ପ୍ରଜ୍ଞା ସାହୁ, ବାଣିଜ୍ୟରେ ଟପର ଆଦିତ୍ୟ ନାଥ ପୃଷ୍ଟି, କଳାରେ ଟପର ହୋଇଥିବା ରୂପାଲି ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସୌଦାମିନୀ ଦାଶ ଓ ବିଶ୍ୱମୋହିନୀ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦେବପ୍ରସାଦ ମଜୁମଦାର, ଗୋପାଳକୃଷ୍ଣ ଦାସ, ସରୋଜ ସୁନ୍ଦର ପଟ୍ଟନାୟକ, ଶୁଭେନ୍ଦୁ କୁମାର ମହାନ୍ତି, ପ୍ରଫେସର ମନୋରଂଜନ ସେନାପତି, ପ୍ରଫେସର ପିକେ ସାମନ୍ତରାୟ, ଉମାଶଙ୍କର ମହାପାତ୍ର, ଡ ଶରତଚନ୍ଦ୍ର ବେହେରା, ପ୍ରସନ୍ନ କୁମାର ସାହୁ, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ଲଳିତ ମୋହନ ପଣ୍ଡା, ଲକ୍ଷ୍ମୀଧର ସାମ‘ରାୟ ପ୍ରମୁଖ ପରିଚାଳନା କରିଥିବା ବେଳେ କଲେଜର ଏନ୍‌ସିସି ଛାତ୍ରଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର