ରାୟଗଡ଼ା: ସ୍ଥାନୀୟ ଏକ ଘରୋଇ ହୋଟେଲରେ ପ୍ରେସ୍‌ ୟୁନିଅନ ସଭାପତି ମାଉଡି ବାରିକଙ୍କ ଅଧ୍ୟକ୍ଷତାରେ ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଦୈନିକ ‘ନିର୍ଭୟ’ର ସମ୍ପାଦକ ନବୀନ ଦାସ ଯୋଗ ଦେଇଥିବା ବେଳେ ସନମାନୀୟ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ବ୍ରହ୍ମ କୁମାରୀ ମିଡ଼ିଆ ସେଲ୍ ଜାତୀୟ ପ୍ରବକ୍ତା ବିକେ ସୁଶାନ୍ତ ଦେହୁରି, ମୁଖ୍ୟବକ୍ତା ଭାବେ ଡ଼ ଅଜୟ କୁମାର ତ୍ରିପାଠୀ ଓ ପ୍ରେସ ୟୁନିୟନ ସାଧାରଣ ସମ୍ପାଦକ ଶିବାଜୀ ଦାଶ ମଞ୍ଚାସିନ ହୋଇଥିଲେ।

Advertisment

କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସଭାପତି ସ୍ବାଗତ ଭାଷଣ ଦେଇଥିଲେ। ସଂପାଦକୀୟ ବିବରଣୀ ସମ୍ପାଦକ ଶିବାଜୀ ଦାସ ପାଠ କରିବା ପରେ ଛତ୍ରପୁରସ୍ଥିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ପ୍ରାଧ୍ୟାପକ ଶ୍ରୀ ତ୍ରିପାଠୀ ସମ୍ମାନିତ ଅଥିତି ରୂପେ ଯୋଗଦେଇ ଗଠନ ମୂଳକ କାର୍ଯ୍ୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହ ନାଗ ଦଂଶନକୁ ଭୟ ନାହିଁ ପାଣିର ଗଭୀରତାକୁ ଖାତିର ନାହିଁ ବୋଲି କହିଥିଲେ। ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ କାମ କରିବା ଜଣେ ସାମ୍ବାଦିକଙ୍କ ଆଭୂଷଣ ବୋଲି କହିଥିଲେ।

ଅପରପକ୍ଷରେ ପ୍ରଜାପିତା ବ୍ରମକୁମାରି ଅନୁଷ୍ଠାନର ଜାତୀୟ ପ୍ରବକ୍ତା ତଥା ମିଡ଼ିଆ ସେଲ୍ ସଂଯୋଜକ ବିକେ ସୁଶାନ୍ତ ଦେହୁରୀ ମୂଖ୍ୟବକ୍ତା ରୂପେ ଯୋଗ ଦେଇ ଦିବ୍ୟ ଚେତନା ଓ ସାମ୍ବାଦିକତା ପରିପୂରକ। ଜଣେ ସାମ୍ବାଦିକ ନିଜ ଅନ୍ତର ଆତ୍ମାର ସ୍ବର ଉପସ୍ଥାପନା କଲେ ସମାଜରେ ସଂସ୍କାର ଆସିପାରିବ ବୋଲି କହିଥିଲେ। ଶ୍ରୀ ଦାଶ କହିଥିଲେ, ମୁଁ କାହିଁକି ସାମ୍ୱାଦିକ ଟିଏ ହେଲି, ଉକ୍ତିରେ ନିଜ ଜୀବନର ଉତଥାନ ଓ ପ୍ରତିବନ୍ଧକ ଉପରେ ଆଲୋକ ପାତ କରିଥଲେ। ଗାଁ ରାଜନୀତି ଓ ଗାଁ ବିକାଶ କଥା କହି ଶାସନର କଥାକୁ ଗ୍ରହଣ କରୁନଥିବା ଗାଁଟିଏ କେତେ ଯେ ଉପେକ୍ଷିତ ସେ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଟନେଲ୍ ସେପଟ ନିଶ୍ଚୟ ଆଲୋକ ଅଛି ବୋଲି କହିଥିଲେ। ଏହି ଅବସରର ନିଜ ବୃତ୍ତିକୁ ସମ୍ମାନ ଦେଇ ଆସୁଥିବା ବରିଷ୍ଠ ନାଗରିକ ସଙ୍ଘର ସଭାପତୀ ବିନୋଦ ଚନ୍ଦ୍ର ପଣ୍ଡା, ବିଚ ରାସ୍ତାରେ ଠିଆ ହୋଇ ନିଷ୍ଠାର ସହିତ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଗୃହରକ୍ଷୀ ଅଶୋକ କୁମାର ପାଢ଼ୀ ଓ ଜରା ଆଶ୍ରମ ପରିଚାଳନା କରୁଥିବା ଦମ୍ପତି ଗୁଣନିଧି ବାଉରି ଓ ଉଷାରାଣୀ ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯକ୍ରମ ଶେଷରେ ୟୁନିୟନର କୋଷାଧ୍ୟକ୍ଷ ରଶ୍ମୀ ରଞ୍ଜନ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳାର ସମସ୍ତ ସାମ୍ୱାଦିକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଗଣ ଉପସ୍ଥିତ ଥିଲେ।