ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିକଟସ୍ଥ ଗଢ ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିଶୁ ବିକାଶ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ସ୍କୁଲର ସଂପାଦକ ତଥା ପ୍ରତିଷ୍ଠାତା ଚିତ୍ତରଂଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସୁଦର୍ଶନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତିମିର ରଞ୍ଜନ ପଣ୍ଡା, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଲଳିତ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ୱାର୍ଡ ନଂ ୭ କାଉସିଲର ଦେବସ୍ମିତା ଡଗରା, ପ୍ରଜାପତି ବ୍ରହ୍ମ କୁମାରୀ ଅନୁଷ୍ଠାନର ମିନତୀ ଭଉଣୀ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ସଭାପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ରଭକ୍ତି ଉପରେ ଦିଗଦର୍ଶନ ଦେଇଥିବା ବେଳେ ମୁଖ୍ୟ ବକ୍ତା ଓ ସମ୍ମାନ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ସମୟାନୁବର୍ତ୍ତୀତା, ଏକାଗ୍ରତା ଓ ଗୁରୁଜନମାନଙ୍କୁ ଭକ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ। ମିନତୀ ଭଉଣୀ ଛାତ୍ରଛାତ୍ରୀମାନଙ୍କୁ ଈଶ୍ବରୀୟ ସତ୍ତା ଉପରେ ଧାର୍ମିକ ଶିକ୍ଷା ଦେଇଥିଲେ।

ଏହାପରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ସହ ପୁରସ୍କୃତ କରିଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଉତ୍ତମ କୁମାର ଗିରି, ଜ୍ୟୋତି ପ୍ରକାଶ ପ୍ରଧାନ, ହେମନ୍ତ ମହାନ୍ତ, ଶୁଭାଶିଷ ପାତ୍ର, ଗାୟତ୍ରୀ ବାରିକ, ତନୁଶ୍ରୀ ମହାନ୍ତ, କାରିନା ମୁର୍ମୁ, ସୁମିତା ମାହାତୋ, ମିନତୀ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।