ଜନ୍ମଭୂମି ମେମୋରିଆଲ ଟ୍ରଷ୍ଟର ବାର୍ଷିକୋତ୍ସବ

ଭୁବନେଶ୍ବର: ଯାଜପୁର ଜିଲ୍ଲା ବରୀ-ଇଶାଣପୁର ଗ୍ରାମର ଝିଅ ଇଂ.ସ୍ୱର୍ଣ୍ଣଲତା ଜେନାଙ୍କ ଦ୍ଵାରା ଗଠିତ ଜନ୍ମଭୂମି ମେମୋରିଆଲ ଟ୍ରଷ୍ଟର ୪ର୍ଥ ବାର୍ଷିକୋତ୍ସବ ଇଶାଣପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଜନରାଜ୍ୟ ଦିବସରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସମାଜର ଅବହେଳିତ ଦିବ୍ୟାଙ୍ଗ ତଥା ଗରିବ ଅସହାୟଙ୍କୁ  ପ୍ରତିବର୍ଷ ପରି  ଶୀତ ବସ୍ତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମରେ ଗୋପବନ୍ଧୁ ଦାସ, ଗୋବିନ୍ଦ ଚନ୍ଦ୍ର ଜେନା, କର୍ଣ୍ଣଚନ୍ଦ୍ର ଘଡାଇ  ଓ କପିଳ ଚରଣ ସାମଲ ଅତିଥି ରୂପେ ଯୋଗଦାନ କରି କୁମାରୀ ସ୍ୱର୍ଣ୍ଣଲତା ଜେନାଙ୍କ  ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ପ୍ରାୟ ତିରିଶରୁ ଅଧିକ ହିତାଧିକାରୀ ଯୋଗ ଦେଇ ଶୀତବସ୍ତ୍ର ଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ କବି କିଶୋର ଘଡାଇ, ସେରି ଶାଏନା , ମିଥିଲ,ସ୍ୱାଗତିକା, କାଂଚନ,ଝରଣା,ହରପ୍ରିୟା,ପ୍ରକାଶ ବଳ,ବିଷ୍ଣୁ ଚରଣ ଜେନା,ବାସୁଦେବ ଜେନା ତଥା ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ । କରୋନା ନୀତି ନିୟମ ପାଳନ ସହିତ ନିରାଡ଼ମ୍ବର ଭାବେ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର