ରାଇରଙ୍ଗପୁର: ଅଖିଳ ଭାରତୀୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ‘ସେବାସ୍ତମ୍ବ’ ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁରର ବାର୍ଷିକ ସମ୍ମିଳନୀ ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡ଼ାକ ବଙ୍ଗଳାରେ ଆୟୋଜିତ ହୋଇ ଯାଇଛି। ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ବରିଷ୍ଠ ଉପସଭାପତି ଗୋପାଳ କୃଷ୍ଣ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ସେବାସ୍ତମ୍ବର ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଜୟ କୁମାର ରାମ ଯୋଗ ଦେଇ ସଂଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଉପଦେଷ୍ଟା ଏବଂ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝୀ ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଆଦର୍ଶର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।
Advertisment
ସେହିପରି ପୂର୍ବତନ ଜିଲ୍ଲା ସଭାପତି ଜଗତ ମାଝି ଚାକିରୀ ସୁରକ୍ଷାରେ ସଂବିଧାନର ଭୁମିକା ବିଷୟରେ ବିଶଦ ଭାବେ ବୁଝାଇଥିଲେ। ଉପସଭାପତି ଶ୍ୟାମ ଚରଣ ମୁର୍ମୁ ବାବା ଭୀମରାଓ ଆମ୍ବେଦକରଙ୍କ ତ୍ୟାଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସାଧାରଣ ସଂପାଦକ ବାଜଲ ମୁର୍ମୁ ସଂରକ୍ଷଣ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ। କାର୍ତ୍ତିକ ଚନ୍ଦ୍ର କାରୁଆ ଓ ଆର ଭି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ହେମ ମାଝି ସଂଗଠନର ଶକ୍ତି ଓ ଉପକାରୀତା ଉପରେ ବକ୍ତବ୍ୟ ରଖିଥିଲେ। ଦୁଖିଶ୍ୟାମ ମାଝି ସଂରକ୍ଷଣର ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପାଳି କୁମାରୀ,ପଦ୍ମିନୀ ସୋରେନ, ଅମ୍ବିକା ମାଝି, ଚାମରୁ ବେଶ୍ରା, ଡାକ୍ତର ସାଗରାମ ଟୁଡୁ, ସନ୍ତୋଷୀ ରାମ, ସୀତା ମାଝି, ସସ୍ମିତା ମାଝି, ସଂଗୀତା ମାଝି ପ୍ରମୁଖଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା। ଶେଷରେ ଉପସଭାପତି ରବୀନ୍ଦ୍ର ମୁଖି ନିଜ ବକ୍ତବ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।