ଜୟପୁର: ଓଡ଼ିଶା ସରକାରଙ୍କ ତରଫରୁ ବିଶ୍ବକପ ହକି ଖେଳର ପ୍ରଚାର ଓ ପ୍ରସାର ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁରୁଣାଗଡ ସ୍ଥିତ ହନୁମାନ ମନ୍ଦିରରୁ କ୍ରୀଡାବିତ ଗଣ କ୍ରୀଡ଼ା ମଶାଲ ଆଣିବାପରେ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମିଶ୍ର କ୍ରୀଡ଼ା ପତାକା ଉତ୍ତୋଳନ କରି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। କ୍ରୀଡ଼ା ଶିକ୍ଷକ ନରେଶ କୁମାର ଷଡଙ୍ଗୀ, ଶିକ୍ଷକ ଯଜ୍ଞେଶ୍ୱର ପଣ୍ଡା, ବିଶ୍ବରଂଜନ ଗୌଡ଼ ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡାର ଉପାଦେୟତା ବିଷୟରେ ଆଲୋକପାତ କରିବା ସହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବାପାଇଁ ଉତ୍ସାହିତ କରିଥଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କ୍ରୀଡାର ନୀତିନିୟମ ମାନି କ୍ରୀଡା ପ୍ରଦର୍ଶନ କରିବାପାଇଁ ଶପଥ ପାଠ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଭାତ କୁମାର ରଥ,ଏନ୍. ପଦ୍ମାବତୀ, ସୋମନାଥ ସାକିଆ, ହିତକର ଚରତି, କଲ୍ୟାଣୀ ନାୟକ, ଶୁଭସ୍ମିତା ସାହୁ, ରଶ୍ମିତା ନାହାକ, ସନ୍ତୋଷିନୀ ପଣ୍ଡା, ସୁଚରିତା ପଟ୍ଟନାୟକ, ପପିତା ପ୍ରଧାନ, ବନିତା ପଣ୍ଡା , ବନିତା ଶତପଥୀ, ସାଗରିକା ପାତ୍ର, କାଳି ପ୍ରସାଦ ମିଶ୍ର, ପ୍ରଭାକର ମହାରଣା, ରଜନୀ କାନ୍ତ ଘଡେ଼ଇ, ଏ. ମୁରଲୀ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ପ୍ରମିଳା କୋମ୍ମୋଜୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ଦୁଇଦିନ ଧରି ଚାଲୁରହିବ ବୋଲି କ୍ରୀଡ଼ା ଶିକ୍ଷକ ନରେଶ କୁମାର ଷଡଙ୍ଗୀ ଘୋଷଣା କରିଥିଲେ।