ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ। କୁଳଡ଼ିହା ଅଭୟାରଣ୍ୟ ଅଧିନ କୁଲଡିହା ବିଟ୍ ହାଉସ୍ ଅନ୍ତର୍ଗତ ଚେମଚଟା ଠାରେ ଏକ ୩ ରୁ ୪ ବର୍ଷର ହାତୀ ମୃତ୍ୟୁ ବନ ବିଭାଗର କର୍ମଚାରୀମାନେ ଦେଖିଥିଲେ। ସେନାନେ ବନ ବିଭାଗର ଉପରିସ୍ଥ ଅଧିକାରୀମାନଙ୍କୁ ଯାଇଥିଲେ। ସୂଚନା ମିଳିବା ପରେ ଘଟଣାସ୍ଥଳରେ ବାଲେଶ୍ଵର ଡିଏଫଓ ଆୟୁବ୍ ଜୈନ୍ , ରେଞ୍ଜର ଅନନ୍ତ କୁମାର ଜେନା, ଫରେଷ୍ଟର ଆଦି କର୍ମଚାରୀ ପହଞ୍ଚିଥିଲେ। ତେବେ ରିପୋର୍ଟ ଲେଖାଯିବା ବେଳକୁ ପଶୁଡାକ୍ତରୀ ଟିମ୍ ସହିତ ବନବିଭାଗର ଅଧିକାରୀମାନେ ନୀଳଗିରି କୁଳଡ଼ିହା ବନବିଭାଗର ହାତୀ ମୃତ୍ୟୁ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ସାତ ମାସ ଭିତରେ କୁଳଡିହା ଓ ନୀଳଗିରି ରେଞ୍ଜରେ ଏହାକୁ ମିଶାଇ ୫ ଟି ହାତୀଙ୍କର ମୃତ୍ୟୁ ଘଟିଛି। ହାତୀ ହାତୀଙ୍କ ମଧ୍ୟରେ ଲଢେ଼ଇ ଯୋଗୁଁ ଛୁଆ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ସରକାର ହାତୀମାନଙ୍କର ସୁରକ୍ଷା ପାଇଁ କୁଳଡିହା ଅଭୟାରଣ୍ୟରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ୧୯୮୦ ଦଶକରେ ଏହି ଅଭୟାରଣ୍ୟ ଘୋଷଣା ହୋଇଥିଲା ବେଳେ ୧୯୮୪ ମସିହାରେ ଏହା କାର୍ଯ୍ୟ କରିଆସୁଛି। ୨୭୨.୭୫ ବର୍ଗ କିମିରେ ସୀମିତ ଅଭୟାରଣ୍ୟର ବିକାଶ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ( ସ୍ବତନ୍ତ୍ର ଭାବେ ରେଞ୍ଜର, ଫରେଷ୍ଟର, ଗାର୍ଡ, ସବୁଜ ବାହିନୀ ଓ କାର୍ଯ୍ୟାଳୟ) ନେଇଥିଲେ ବି ହାତୀମାନଙ୍କ ସହ ଅନ୍ୟ ଜୀବଜନ୍ତୁ ସୁରକ୍ଷିତ ନୁହଁନ୍ତି, ଯେଉଁଥି ପାଇଁ ବୁଦ୍ଧିଜୀବୀ ଓ ପଶୁପ୍ରେମୀଙ୍କ ମନରେ ଆଘାତ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/bc019659-5aee-43b5-b839-0d75ce26e120.jpg)