ଭଞ୍ଜନଗର: ତାରସିଂ ବନାଞ୍ଚଳ ଓ ଜଗନ୍ନାଥପ୍ରସାଦ ପଞ୍ଚାୟତ ସମିତି ମିଳିତ ଆନୁକୂଲ୍ୟରେ ଘୋଗଡ଼ ଏବଂ ଗାୟଗଣ୍ଡା ବନାଞ୍ଚଳରେ ସାମୂହିକ ଆଣ୍ଟିଜେନ ଓ ଆର୍ଟିପିସିଆର୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବନ ସୁରକ୍ଷା ସମିତିଗୁଡ଼ିକର ସହଯୋଗରେ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା। ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ କରୋନା ସଂର୍ପକରେ ସଚେତନ କରିବା ସହ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ କରୋନା ପରୀକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଏଥିରେ ବହୁ ବରିଷ୍ଠ ନାଗରିକ, ଯୁବଗୋଷ୍ଠୀ ଏବଂ ଛୋଟ ପିଲାମାନେ ସାମିଲ ହୋଇଥିଲେ। ଘୋଗଡରେ ୨୩୦ ଜଣଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ଗାୟଗଣ୍ଡା ଆଦିବାସୀ କଲୋନୀରେ ହୋଇଥିବା କରୋନା ପରୀକ୍ଷାରେ ୬୫ଜଣ ସେମାନଙ୍କ ଯାଞ୍ଚ କରାଇଥିଲେ। ଏହାକୁ ତାରସିଂ ବନାଞ୍ଚଳ ପକ୍ଷରୁ ସଂଯୋଜକ ସଞ୍ଜୟ ମିଶ୍ର, ଘୋଗଡ଼ ବନପାଳ ଅନୁପ କୁମାର ବିଷୋୟୀ, ଗାୟଗଣ୍ଡା ବନପାଳ ମାନସ ରଞ୍ଜନ ପ୍ରଧାନ, ବନପାଳ ଅମର କୁମାର ନାୟକ, ଦଣ୍ଡପାଣି ମଳିକ, ଅଙ୍ଗନବାଡି କେନ୍ଦ୍ର ସହାୟିକା ଶାନ୍ତିଲତା ମଲ୍ଲିକ, ଭିଏସ୍ଏସ୍ ସଭାପତି ଶିକାରୀ ପ୍ରଧାନ, ଗାୟଗଣ୍ଡା ଭିଏସ୍ଏସ୍ ସଦସ୍ୟ ଅର୍ଜୁନ ମଲ୍ଲିକ୍ ପ୍ରମୁଖ ସହଯୋଗ କରିଥିଲେ। ମେଡିକାଲ୍ ଟିମ୍ ପ୍ରଦୀପ କୁମାର ଡାକୁଆ, ଅକ୍ଷୟ କୁମାର ଗୌଡ, ରଶ୍ମିତା ନାସୟକ, ଜ୍ୟୋର୍ତିମୟୀ ପ୍ରଧାନ, ପ୍ରଶାନ୍ତ ସାହୁ ପ୍ରମୁଖ ସାମିଲ ରହିଥିଲେ।