ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଣଲୋଇ ଗ୍ରାମ ଭିତରକୁ ପଶି ଆସିଥିବା ସମ୍ବର ଜୀବନ ବିକଳରେ ଦେଢ଼ ଘଣ୍ଟା ଧରି ପୋଖରୀ ପାଣି ଭିତରେ ରହିବା ପରେ ମୃତ୍ୟୁବରଣ କରିଛି ।
ବନ ବିଭାଗ ସୂତ୍ରରୁ ପ୍ରକାଶ ଆଜି ଦିନ ୧୦ ଟା ବେଳେ ଗାଁ ମୁଣ୍ଡ ଝରଣ ପାହାଡ଼ରୁ ୪ ବର୍ଷର ସମ୍ବର ଗ୍ରାମ ଭିତରକୁ ପଶି ଆସିଥିଲା। ଜଙ୍ଗଲୀ ସମ୍ବରକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିବା ସାଙ୍ଗକୁ ଗ୍ରାମର କୁକୁର ଦଳ ସମ୍ବରକୁ ଗୋଡେଇଥିଲେ। ଏଥିରେ ସମ୍ବରଟି ଘାଇଲା ହେବା ସହିତ ପ୍ରାଣ ବିକଳରେ ଦେଉଳବନ୍ଧ ପାଣି ଭିତରକୁ ଦୌଡ଼ି ପାଣି ମଝିରେ ରହିଥିଲା। ସମ୍ବରଟି ଖସି ପଳେଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକଗହଳି ଯୋଗୁଁ ପାଣି ଭିତରୁ ବାହାରି ପାରିନଥିଲା। ପାଣିରେ ଦେଢ଼ ଘଣ୍ଟା କାଳ ରହିବା ପରେ ପାଣିରେ ରହି ସମ୍ବରଟି ମୃତ୍ୟୁବରଣ କରିଥିଲା । ବନ ବିଭାଗ ଓ ପୋଲିସ ପହଂଚି ଘଟଣାର ତଦନ୍ତ ଚଳେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/WhatsApp-Image-2021-05-22-at-16.11.30.jpeg)