ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଡିଏ ମାଇଲ ଛକର ଦୁଇଟି ଦୋକାନରୁ ଚୋରି କରୁଥିବା ସମୟରେ ତିନି ଯୁବକଙ୍କୁ ସ୍ଥାନୀୟ ଲୋକେ ଧରିଥିଲେ। ଏହାପରେ ତିନି ଯୁବକଙ୍କୁ ବିଦ୍ୟୁତଖୁଣ୍ଟରେ ବାନ୍ଧିଛନ୍ତି ଲୋକେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଗତ ରାତି ୨ ଟାରେ କୋଡିଏ ମାଇଲ ହାଟଛକରେ ତିନିଜଣ ଅପରିଚିତ ଯୁବକ ଆସି ଯୁଗଳ ସାହୁ(୪୨)ଙ୍କ ହୋଟେଲ ଓ ନଗେନ ପ୍ରଧାନ(୨୫)ଙ୍କ ପାନ ମସଲା ଦୋକାନରେ ପଶି ଚୋରି କରୁଥିଲେ। ଦୋକାନରେ ଶୋଇଥିବା ଯୁଗଳ ଓ ନଗେନଙ୍କ ପାଟି ଶୁଣି ଲୋକମାନେ ରୁଣ୍ଡ ହୋଇ ଚୋରି କରୁଥିବା ତିନି ଯୁବକଙ୍କୁ କାବୁ କରି ପାଖରେ ଥିବା ବିଦ୍ୟୁତଖୁଣ୍ଟରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ।