ଚୋରି କରୁଥିବା ବେଳେ ଧରାପଡ଼ି ଖୁଣ୍ଟରେ ବନ୍ଧାହେଲେ ତିନି ଯୁବକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଡିଏ ମାଇଲ ଛକର ଦୁଇଟି ଦୋକାନରୁ ଚୋରି କରୁଥିବା ସମୟରେ ତିନି ଯୁବକଙ୍କୁ ସ୍ଥାନୀୟ ଲୋକେ ଧରିଥିଲେ। ଏହାପରେ ତିନି ଯୁବକଙ୍କୁ ବିଦ୍ୟୁତଖୁଣ୍ଟରେ  ବାନ୍ଧିଛନ୍ତି ଲୋକେ।

ସୂଚନାଯୋଗ୍ୟ ଗତ ରାତି ୨ ଟାରେ କୋଡିଏ ମାଇଲ ହାଟଛକରେ ତିନିଜଣ ଅପରିଚିତ ଯୁବକ ଆସି ଯୁଗଳ ସାହୁ(୪୨)ଙ୍କ ହୋଟେଲ ଓ ନଗେନ ପ୍ରଧାନ(୨୫)ଙ୍କ ପାନ ମସଲା ଦୋକାନରେ ପଶି ଚୋରି କରୁଥିଲେ। ଦୋକାନରେ ଶୋଇଥିବା ଯୁଗଳ ଓ ନଗେନଙ୍କ ପାଟି ଶୁଣି ଲୋକମାନେ ରୁଣ୍ଡ ହୋଇ ଚୋରି କରୁଥିବା ତିନି ଯୁବକଙ୍କୁ କାବୁ କରି ପାଖରେ ଥିବା ବିଦ୍ୟୁତଖୁଣ୍ଟରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର