ମୁକୁଳା ଟ୍ରାନ୍ସଫର୍ମର, ମୃତ୍ୟୁକୁ ଆମନ୍ତ୍ରଣ

ଅନୁଗୁଳ: ଅନୁଗୁଳ ସହର ସାରା ମୁକୁଳା ପଡ଼ିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଯାହାକି ଜନସାଧାରଣଙ୍କ ଜୀବନ ପ୍ରତି ମୁହୁର୍ତ୍ତରେ ପଡିଛି ବିପଦ। ରାସ୍ତା କାନ୍ଥରେ ଥିବା ଟ୍ରାନ୍ସଫର୍ମର ଗୁଡିକ‌ ଯେଉଁଭଳି ଭାବେର ମୁକୁଳା ହୋଇ ପଡିଛି ଟିକେ ଅନ୍ୟମନସ୍କତାରେ ଆଉଜି ପଡ଼ିଲେ ଯିବ ଜୀବନ। ଯାହାକି ଉକ୍ତ ୁମୁକୁଳା ଟ୍ରାନ୍ସଫର୍ମର ମୃତ୍ୟୁକୁ ନିମନ୍ତ୍ରଣ ଦେଉଛି। ଅନୁଗୁଳ ସହରରେ ଏଭଳି ଏକ ବିପଦର ବଳୟ ସୃଷ୍ଟି କରିଛି ସେସୁ। ଘରୋଇ କମ୍ପାନି ଏନ୍‌ଜେନ୍‌ ଜରିଆରେ ଏହାର ରକ୍ଷଣାବେକ୍ଷଣ ହେଉଥିବାରୁ ଏହି ସ˚ସ୍ଥାକୁ ଦୋଷ ଦେଇ ଖସି ଯାଉଛି ସେସୁ ବିଦ୍ୟୁତ ବିଭାଗ। ନିୟମ ଅନୁଯାୟୀ, ଟ୍ରାନ୍ସଫର୍ମର ଚାରିକଡେ଼ ତାର ବାଡ଼ କିମ୍ବା ପାଚେରି ଦିଆଯିବା କଥା। ଯାହା ଫଳରେ ଏହା ପାଖକୁ ସହଜରେ ପଶୁ କିମ୍ବା ମଣିଷ ଯାଇପାରିବ ନାହିଁ। କିନ୍ତୁ ତାହା ହେଉନାହିଁ। ଏଥିରେ ଅର୍ଥ ଖର୍ଚ ହେବାକୁ ଥିବାରୁ ସେସୁ ଖର୍ଚ କରିବାକୁ ଚାହୁଁନାହିଁ। ଫଳରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଟାଣି ଆଣୁଛି। ଟ୍ରାନ୍ସଫର୍ମର ଗୁଡ଼ିକ ଏଭଳି ସ୍ଥିତିରେ ମୁକୁଳା ଛଡ଼ାଯାଇଛି ଯେ ରାସ୍ତାରେ ଯାଉଥିବା ଲୋକ ଆପେଆପେ ସେଥିରେ ପିଟି ହୋଇଯିବ। କେବଳ ମୁକୁଳା ଟ୍ରାନ୍ସଫର୍ମର ନୁହେଁ ସହର ମଧୢରେ ଥିବା ମୁଖ୍ୟ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତା ମଝିରେ ରହି ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ସେସୁ କତୃର୍ପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଏବେ ଅନୁଗୁଳ ସହରବାସୀ ଘରୁ ପାଦ କାଢ଼ିଲେ ବିପଦକୁ ସାଙ୍ଗରେ ଧରି ବାହାରୁଛନ୍ତି। ଗାନ୍ଧିମାର୍ଗ ଛକ ଠାରୁ ବଜାରଛକ, ବସଷ୍ଟାଣ୍ତରୁ ରାଣୀଗୁଡା ଷ୍ଟେସନ ରୋଡ, କଲେଜ ଛକ ରୋଡ, ମାଛ ମାର୍କେଟ, ପିଟିସ୍‌ ଛକ ଓ କାଲଟାକ୍ସ ଛକ, କଲେଜ ଛକ ଭଳି ଅନ୍ୟ କେତେକ ଗୁରୁତ୍ବପୂର୍ଣ ସ୍ଥାନରେ ରହିଛି ଏହି ମୁକୁଳା ଟ୍ରନ୍ସଫର୍ମର।

ସମ୍ବନ୍ଧିତ ଖବର