କଣିହାଁ : ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

କଣିହାଁ : କଣିହାଁ ଥାନା ବଜ୍ରକୋଟ ଗାଁ  ବଳରାମଯୋର ନିକଟରେ ମଙ୍ଗଳବାର ରାତି ୧୦ଟା ସମୟରେ ଏକ ଟ୍ରକ ଧକ୍କାରେ  ଦୁଇଜଣ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଟ୍ରକଟି  ଏନଟିପିସି ପାଉଁଶ ପୋଖରୀରୁ ରେଙ୍ଗାଳୀ ଦେଇ ଦେବଗଡ ଅଞ୍ଚଳକୁ ପାଉଁଶ ବୋହି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ମୃତ ବ୍ୟକ୍ତିମାନେ ହେଲେ ରେଙ୍ଗାଳୀ ଥାନା କୁଳୁମା ଗ୍ରାମର ସଞ୍ଜୟ ବେହେରା (୨୩) ଓ ତାଳଚେର ହେଁସମୂଳ ଗାଁର ଲୁଲୁ ଦେହୁରୀ (୨୨) । ଖବରପାଇ କଣିହାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତକରି କଣିହାଁ ଥାନାକୁ ଆଣିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତଜାରି ରଖିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଗତକାଲି ରାତିରେ ମୃତକ ଦୁଇଜଣ ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରୁ ଏକ ପାସନପ୍ରୋ ବାଇକ(ଓଡ଼ି -୩୫ବି -୨୪୩୧) ଯୋଗେ କୁଳୁମା ଗାଁକୁ ଫେରୁଥିବା ବେଳେ ବଜ୍ରକୋଟ ଗାଁ ନିକଟରେ ଥିବା ବଳରାମ ଯୋର ଠାରେ କୋଣସି ଅଜଣା ପାଉଁଶ ଗାଡି ତାଙ୍କୁ ଧକ୍କାଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଘଟଣା ସ୍ଥଳରେ ସଞ୍ଜୟ ବେହେରା ଓ ଲୁଲୁ ଦେହୁରୀଙ୍କ ମୃତ୍ୟୁ ହୋଇଥିଲା। ସଞ୍ଜୟ ବେହେରା ଭୁବନେଶ୍ବରୀ କୋଇଲାଖଣିରେ ଗାଡିର ଡ୍ର।ଇଭର କାମ କରୁଥିବା ବେଳେ ଲୁଲୁ ଦେହୁରୀ ଗାଡିର ହେଲପର ଭାବେ କାମ କରୁଥିଲେ ।

ସମ୍ବନ୍ଧିତ ଖବର