ବଅଁରପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଆହତ

ବଅଁରପାଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ଛକ ନିକଟରେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ଘଟିଥିବା ଜଣାଯାଇଛି। ଏହାଫଳରେ ୫ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ମହିଧରପୁର ଆଡୁ ଏକ କାର ଅନୁଗୁଳ ଆଡକୁ ଯାଉଥିବା ସମୟରେ ଫୁଲପଡ଼ା ଛକ ନିକଟରେ ଥିବା ବିରେନ ଦାସଙ୍କ ଜଳଖିଆ ଦୋକାନ ସହ ଦୁର୍ଘଟଣା ହୋଇଥିଲା। ଜଳଖିଆ ଦୋକାନରେ ୪ ଜଣ ଖାଉଥିବା ବେଳେ ଜଣେ ପରସୁଥିଲେ। ହଠାତ ଦ୍ରୁତଗତିରେ ଆସୁଥିବା କାରଟି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଦୋକାନ ସମ୍ମୁଖରେ ଜଳଖିଆ ଖାଉଥିବା ଲୋକମାନେ ଆହତ ହୋଇଥିଲେ।

ଦୋକାନୀ ମାଲିକଙ୍କ ଏକ ସ୍କୁଟି, ଠିଆ ହୋଇଥିବା ଗୋଟିଏ ସାଇକେଲ ଏବଂ ଦୋକାନର ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ବ୍ୟକ୍ତି ଏବଂ ଗୁରୁତର ଆହତ ହୋଇଥିବା ଜଣେ ମହିଳା ଓ ଛୋଟ ପିଲାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଣେ  ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା କାର ଚାଳକ କଣିହାଁ ସ୍ଥିତ ଡେରେଙ୍ଗ ଗ୍ରାମର ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର