କଣ୍ଟାବଣିଆ: ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ପୁଲିସ ୫ଜଣ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ସେମାନେ ହେଲେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମାଟିଆସାହିର ସୁବ୍ରତ ନାଏକ (୨୫), ବିକାଶ ଦାସ (୧୯), ପୁରୁଣାଗଡ଼ ଶାସନ ସାହିର ସୁନିଲ ବେହେରା (୨୨), ପୁରୁଣାଗଡ଼ ବ୍ରାହ୍ମଣସାହିର ପ୍ରତାପ ମହାନ୍ତି (୨୭) ଓ ବିଶ୍ବଜିତ୍ ତ୍ରିପାଠୀ (୨୪)। ଅଭିଯୁକ୍ତମାନେ ରାତିରେ ଏକ କାର୍ରେ (ଓଆର୍ ୦୨ଏମ୍-୭୫୦୨) ଭୂଷଣ କମ୍ପାନି ପାଚେରି ନିକଟ ଶିବପୁର ଗାଁରେ ବୁଲୁଥିବା ବେଳେ ପୁଲିସ ଧରିଥିଲା। ସେମାନଙ୍କଠାରୁ ଶାବଳ, ଲୁହାରଡ଼, ତାଲା ଏବ˚ ଖଣ୍ତା ମିଳିଥିଲା। ଅଭିଯୁକ୍ତମାନେ ଚୋରି ଉଦ୍ୟମ କରୁଥିବା କଣ୍ଟାବଣିଆ ଥାନା ଆଇଆଇସି ପ୍ରଦୀପ ପ୍ରଧାନ କହିଛନ୍ତି। ସେମାନଙ୍କ ନାମରେ ପୂର୍ବରୁ ମାମଲା ରହିଛି।
୫ ଯୁବକ ଗିରଫ
/sambad/media/post_attachments/wp-content/uploads/2018/09/Jail-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)