କାମାକ୍ଷାନଗର : ପବିତ୍ର ବିଜୟା ଦଶମୀରେ ଅଘଟଣ l ଢେଙ୍କାନାଳ ଓ କାମାକ୍ଷାନଗର ସହରର ମୁଖ୍ୟ ରାସ୍ତାର ଦାସୀ ପୋଖରୀ ନିକଟରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ନାବାଳକ ସମେତ ତିନିଜଣ ଗୁରୁତର ଆହତ ହୋଇଛନ୍ତି l

Advertisment

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଅଞ୍ଚଳର ଅରୁଣ କୁମାର ସିଂ ନିଜ ପୁଅ ସହ ଏକ ବାଇକ ଯୋଗେ କାମାକ୍ଷାନଗର ପଟୁ ଢେଙ୍କାନାଳ ଯାଉଥିଲା ବେଳେ ଅପର ପାର୍ଶ୍ଵରୁ ରେକୁଳା ଗ୍ରାମର ଶ୍ୟାମସୁନ୍ଦର ବିନ୍ଧାଣି ଏକ ବାଇକ ଯୋଗେ କାମାକ୍ଷାନଗର ଆସୁଥିଲେ l ପେଟ୍ରୋଲ ପମ୍ପ ସାମ୍ନାରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଅରୁଣ ,ତାଙ୍କ ୧୨ ବର୍ଷର ପୁଅ ଓ ଶ୍ୟାମସୁନ୍ଦର  ଗୁରୁତର ଭାବେ ରାସ୍ତା ଉପରେ ପଡିରହିଥିଲେ l କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ତିନିଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।