ଅନୁଗୁଳ: ନିର୍ବାଚନରେ ଅର୍ଥ ବଳ ଓ ମଦ କାରବାରରେ ଭୋଟରଙ୍କୁ ପ୍ରଭାବିତ କରାଯିବାର ଆଶଙ୍କା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ। ଏହା ଉପରେ ଅଂକୁଶ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମଂଗଳବାର ଅର୍ଥବଳକୁ ନିୟନ୍ତ୍ରଣ ଓ ତଦାରଖ କରିବା ନିମନ୍ତେ ଗଠିତ ନିର୍ବାଚନ ଖର୍ଚ୍ଚ ଟିମ୍ର ଜିଲ୍ଲାସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ନିମନ୍ତେ ଅର୍ଥ ଓ ମଦ କାରବାରକୁ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏଥିରେ ତାଳଚେର ସିଟିଓ ପ୍ରମୋଦ ସାହୁ ସାଧନକର୍ମୀ ଭାବେ ଯୋଗ ଦେଇ ନିର୍ବାଚନ ପର୍ଯ୍ୟାଲୋଚନା ଦଳର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଚାର ନିମନ୍ତେ ଜଣେ ପ˚ଜିକୃତ ଜାତୀୟ ରାଜନୈତିକ ଦଳ ୪୦ ଜଣଙ୍କୁ ତାରକା ପ୍ରଚାରକ ଭାବେ ରଖିପାରିବେ। ସେହିପରି ଆଞ୍ଚଳିକ ରାଜନୈତିକ ଦଳ ୨୦ ଜଣଙ୍କୁ ଏଥିପାଇଁ ନିୟୋଜିତ କରିପାରିବେ। ବିଧାନସଭା ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ୨୮ ଲକ୍ଷ ଓ ଲୋକସଭା ନିର୍ବାଚନ ପାଇଁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି। ଅନ୍ୟତମ ସାଧନ କର୍ମୀ ଭାବେ ଟ୍ରେଜେରୀ ଅଫିସର ମନୁନାଥ ସେଠୀ ଓ ଡେପୁଟି କମିଶନର( ସିଟି ଆଣ୍ତ ଜିଏସ୍ଟି) ଦୀପକ ପଣ୍ତା ଯୋଗ ଦେଇ ନିର୍ବାଚନ ଖର୍ଚ୍ଚ ଓ ଏହାର ସଠିକ୍ ହିସାବ ସ˚ପର୍କେର ବୁଝାଇଥିଲେ। ପ୍ରାରମ୍ଭରେ ଡେପୁଟି କଲକ୍ଟର (ନିର୍ବାଚନ) ବଇତୁରା ଦୀପ୍ ସ୍ବାଗତ ଜଣାଇଥିଲେ। ଆଠମଲ୍ଲିକ ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରାୟ, ପାଳଲହଡ଼ା ଉପଜିଲ୍ଲାପାଳ ଅଜିତ୍ ପ୍ରଧାନ, ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ଅନୁଗୁଳ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ସମେତ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟାଲୋଚେନା ଦଳ ଓ ବିଭିନ୍ନ ଆନୁସଙ୍ଗିକ ଦଳର ସମସ୍ତ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।
ଆସୁଛି ନିର୍ବାଚନ: ପ୍ରଶାସନକୁ ଘାରିଲା ଅର୍ଥ ବଳ ଓ ମଦ ଚିନ୍ତା
/sambad/media/post_attachments/wp-content/uploads/2019/02/red-wine.jpg)