ଅନୁଗୁଳ: ସକାଳେ ଆମ୍ବୁଲାନସ ଖରାପ ଥିବା କହି ଜଣେ ରୋଗୀଙ୍କୁ ନେବାକୁ ମନା କରିବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁବାର ରାତି ୧ଟାରେ କୁକୁଡ଼ାଂଗ ନିବାସୀ ଅଶୋକ ସାହୁଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ସକାଳ ୬ଟାରେ ୧୦୮ ଆମ୍ବୁଲାନସ୍ ପାଇଁ ଯୋଗାଯୋଗ କରାଯାଇଥିଲା। ତେବେ ୭ଟା ପରେ ଆମ୍ବୁଲାନସ୍ ପହଂଚି ଥିଲା। ଅଶୋକଙ୍କୁ ଆମ୍ବୁଲାନସ୍କୁ ନେବା ପରେ ଚାଳକ ଗାଡ଼ି ଖରାପ ଅଛି, କଟକ ଯାଇ ପାରିବ ନାହିଁ ବୋଲି କହିଥିଲେ। ରାସ୍ତାରେ ଅଟକି ଯାଇପାରେ ବୋଲି ପ୍ରକାଶ କରିଥିଲେ। କତ୍ତୃର୍ପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ମରାମତି କରାଯାଉନଥିବା ନେଇ ଚାଳକ କହିଥିଲେ। ଏପରିକି ଆମ୍ବୁଲାନସ୍ରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ନଥିଲା। ଏଭଳି ସ୍ଥିତିରେ ରୋଗୀଙ୍କ ପରିଜନ ଆମ୍ବୁଲାନସ୍ରୁ ଅଶୋକଙ୍କୁ ସେଥିରୁ ଓହ୍ଲାଇ ଅନ୍ୟ ଏକ ଗାଡ଼ି ଭଡ଼ା କରି କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ।
ରୋଗୀଙ୍କୁ କଟକ ନେବାକୁ ମନା କଲା ଆମ୍ବୁଲାନସ୍
ଡାକ୍ତରଖାନାରେ ଉତ୍ତେଜନା
/sambad/media/post_attachments/wp-content/uploads/2019/03/ang2.jpg)