ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଏମ୍‌ସିଏଚ୍‌ କୋଠାରେ ଅଗ୍ନିକାଣ୍ଡ

ଅନୁଗୁଳ: ରବିବାର ଭୋର୍‌ ପ୍ରାୟ ୫. ୧୫ ମିନିଟ୍‌ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ମଦର୍‌ ଆଣ୍ଡ୍‌ ଚାଇଡ୍‌ ହସ୍‌ପିଟାଲ୍‌ ଏକ ଅଗ୍ନିକାଣ୍ଡକୁ ଏଡ଼ାଇ ଦିଆଯାଇଛି।

ଏହି ଛଅ ମହଲା ବିଶିଷ୍ଟ କୋଠାର ସବା ତଳ ମହଲାରେ ଥିବା ଷ୍ଟାବିଲାଇଜର୍‌ରେ ସର୍ଟ ସର୍କିଟ୍‌ କାରଣରୁ ନିଅାଁ ଲାଗି କେବୁଲ୍‌ ଆଡ଼କୁ ଚରି ଯାଇଥିଲା। ନିକଟରେ ଥିବା ଅଗ୍ନିଶମ ସେବାକୁ ଖବର ଦେବା ମାତ୍ରେ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଅାଁ ଲିଭାଇ ଦେଇଥିଲେ।

ନିଅାଁ ଲାଗିବା ଦେଖି ଭିତରେ ଥିବା ମହିଳାମାନେ ଶିଶୁମାନଙ୍କୁ ଧରି ଭୟରେ ବାହାରକୁ ଚାଲି ଆସିଥିଲେ। ଏଥିରେ କେହି ମୃତାହତ କିଂବା କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର