ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ହଣ୍ତିଗୁଡା ଗ୍ରାମରେ ରାଜନୀତିକୁ ନେଇ ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ତାରେ ଆକ୍ରମଣ କରିବାରୁ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ହେଲେ ସେହି ଗ୍ରାମର ଗୋବିନ୍ଦ ପ୍ରଧାନ।
ସୁଚନା ଅନୁଯାୟୀ, ହାଣ୍ତିଗୁଡା ଗ୍ରାମର ଶତ୍ରୁଘନ ଗୋଛାୟତ ଗାଁ କୋଠଘରେ ଶୋଇଥିବା ବେଳେ ଗ୍ରାମର ଦୟାନିଧି ସାହୁ କୋଠଘରେ ପହଞ୍ଚି ଏଠାରେ କାହିଁକି ଶୋଇଛୁ କହି ଗାଳିଗୁଳଜ କରିବା ସହିତ ମାରପିଟ କରିଥିଲେ। ଏହା ଦେଖି ଗ୍ରାମର ଗୋବିନ୍ଦ ପ୍ରଧାନ ଦୟାନିଧିଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଉଭୟ ସେଠାରୁ ନିଜ ନିଜ ଘରକୁ ପଳାଇଥିଲେ। ଏହାର କିଛି ସମୟ ପରେ ଦୟାନିଧି ସାହୁ, ଦୁଃଶାସନ ବେହେରା, ସୁନିଲ ପ୍ରଧାନ, ତ୍ରଇଲକ୍ୟ ପ୍ରଧାନ କଟୁରି ନେଇ ଗୋବିନ୍ଦଙ୍କ ଘରକୁ ପହଞ୍ଚି ଗୋବିନ୍ଦଙ୍କୁ ଖଣ୍ତା କଟୁରୀରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ଗୋବିନ୍ଦ ଗୁରୁତର ଆହତ ହୋଇ ପଡ଼ିଯିବାରୁ ସମସ୍ତେ ସେଠାରୁ ଫେରାର ହୋଇ ଯାଇଥିଲେ। ଏହା ଦେଖି ଗୋବିନ୍ଦଙ୍କ ପରିବାର ଲୋକେ ତୁରନ୍ତ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥରେ ଛେଣ୍ତିପଦା ମେଡିକାଲରେ ଭର୍ତ୍ତିକରିଥିଲେ। ତେବେ ଗୋବିନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଛନ୍ତି। ତେବେ ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/anugul-2.jpg)