ବଅଁରପାଳ: ଓଡ଼ାପଡା ବ୍ଳକ ମେରାମଣ୍ଡଳୀ ଟାଟା ଷ୍ଟିଲ କାରଖାନା ପାର୍ଶ୍ଵରେ ଠିଆ ହୋଇଥିବା ଯାତ୍ରୀବାହୀ ଅଟୋ ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ନୂଆହତା ପଞ୍ଚାୟତର ତାଳବାହାଳ ଗ୍ରାମର ଗୋପାଳ ନାଏକ ନିଜ ଯାତ୍ରୀବାହୀ ଓଆର ୧୯ ପି ୬୩୬୧ ନମ୍ବର୍ ଅଟୋକୁ ନେଇ ଟାଟା ଷ୍ଟିଲ କାରଖାନା ନିକଟରେ ରଖି ପାଖରେ ଥିବା ଏକ ଦୋକାନରେ ଠିଆ ହୋଇଥିଲେ। କିଛି ସମୟରେ ପରେ ଅଚାନକ଼ ଅଟୋର ସମ୍ମୁଖ ଭାଗରେ ଧୂଆଁ ବାହାରିବା ସହ ହୁତହୁତ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା।

Advertisment

ଏହା ଦେଖି ଚତୁଃପାର୍ଶ୍ୱରେ ଥିବା ଲୋକମାନେ ଦେଖଣାହାରୀ ପାଲଟି ଯାଇଥିଲେ। ସଙ୍ଗେ ସଙ୍ଗେ ଟାଟା ଷ୍ଟିଲ କାରଖାନାକୁ ଫୋନ କରି ଜଣାଇବା ଦ୍ଵାରା ଘଟଣାସ୍ଥଳରେ ଟାଟା ଷ୍ଟିଲ ଦମକଳବାହିନୀ ପହଞ୍ଚି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି। ଏଥିରେ କୌଣସି ଜୀବନହାନି ହୋଇନଥିବା ଜଣାପଡିଛି।