ବାଇକ୍ ଧକାରେ ଯୁବକ ମୃତ

ଜବତ ବାଇକ୍‌ ନମ୍ବର ବଦଳିଗଲା!

ବଅଁରପାଳ:ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଡାକଘର ନିକଟରେ ଗତକାଲି ସଂଧ୍ୟାରେ ଏକ ବାଇକ୍ ଧକ୍କାରେ ଜଣେ ଯୁବକଙ୍କର ପ୍ରାଣ ହାନିଘଟିଛି। ଧକ୍‌କା ଦେଇଥିବା ବାଇକ୍‌ ପୁଲିସ ଜବତ କରିଥିବାବେଳେ ଏହାର ନମ୍ବର ବଦଳି ଯାଇଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ବଲାଙ୍ଗୀର ଅଞ୍ଚଳର ସୁଜିତ ବାରିକ(୨୨) ବନ୍ତଳାରେ ରହି ମୁଢ଼ି ବ୍ୟବସାୟ କରୁଥିଲେ। ଗତକାଲି ମହୀଧରପୁରଛକରେ ସେ ଜଳଖିଆ ଖାଇ ଡାକଘର ନିକଟ ମୁଢ଼ି ଫ୍ୟାକ୍ଟ୍ରିକୁ ଯାଉଥିଲେ। ସୁଜିତଙ୍କୁ ଏକ ବାଇକ୍‌ ଧକ୍‌କା ଦେଇଥିଲା। ବାଇକ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଛି। ସୁଜିତ ଗୁରୁତର ଆହତ ହୋଇଥିଲୋ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ମୃତଦେହ ଶବ ସଂରକ୍ଷଣ ଗୃହରେ ରହିଛି। ତେବେ ସୁଜିତଙ୍କୁ ଓଆର୍‌୧୯ପି-୬୭୫୬ ନମ୍ବର ବାଇକ୍‌ ଧକ୍‌କା ଦେଇଥିଲା। ପୁଲିସ ଏହାକୁ ଜବତ କରିଛି। ଏ ସଂପର୍କରେ ମହୀଧରପୁର ଫାଣ୍ଡି ଅଧିକାରୀ ତ୍ରିଲୋଚନ ଖଟୁଆଙ୍କୁ ପଚାରିବାରୁ ସେ କହିଲେ ଧକା ଦେଇଥିବା ବାଇକ୍‌ର ନମ୍ବର ହେଉଛି ଓଡ଼ି୧୯ଆଇ -୬୫୭୬। ଏ ନେଇ ବଅଁରପାଳ ଥାନା ଅଧିକାରୀ ସୁନିଲ କରଙ୍କୁ ପଚାରି ବାରୁ ସେ ମଧ୍ୟ ଅନ୍ୟ ଏକ ନମ୍ୱର କହିଥିଲେ। ସେ କହିଥିଲେ ଓଡ଼ି୧୯ଆଇ-୬୭୫୬ ନମ୍ବର ବାଇକ୍‌ ଏହି ଦୁର୍ଘଟଣା ଘଟାଇଛି। ଥାନା ଅଧିକାରୀ ଓ ଫାଣ୍ଡି ଅଧିକାରୀ କହିଥିବା ବାଇକ୍‌ ନମ୍ୱରରେ ତାଳମେଳ ନଥିବାରୁ ପୁନର୍ବାର ନେଇ ଫାଣ୍ଡି ଅଧିକାରୀଙ୍କୁ ଏହା ପଚରା ଯାଇଥିଲା। ସେ କହିଛନ୍ତି ଥାନା ଅଧିକାରୀ ଯେଉଁ ବାଇକ୍‌ ନମ୍ବର କହିଛନ୍ତି, ତାହା ଠିକ୍‌। ତେବେ ଧକ୍‌କା ଦେଇଥିବା ବାଇକ୍‌ର ନମ୍ବର ବଦଳାଇ ପୁଲିସ କହିବା ସାଧାରଣରେ ଚର୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର