ଅନୁଗୁଳ: ଏନ୍କାଉଣ୍ଟରରରେ ଆହତ ହୋଇଥିବା ଦୁର୍ଦ୍ଦାନ୍ତ ଡକାୟତ ସଦ୍ଦାମ ଓରଫ ବିଲୁ ଖାଁ(୨୬)କୁ ଅନୁଗୁଳ ପୁଲିସ କୋର୍ଟଚାଲାଣ କରିଛି। କୋର୍ଟର ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୧୮ ନଭେମ୍ବର ମଧ୍ୟରାତ୍ରିରେ ରନ୍ତେଲଇ ପେଟ୍ରୋଲ ପମ୍ପ ଡକାୟତି କରିବା ପାଇଁ ବିଲୁ ଓ ତାର ସହଯୋଗୀମାନେ ଯୋଜନା କରୁଥିଲେ। ଅନୁଗୁଳ ପୁଲିସ ସ୍ପେଶାଲ ସ୍କ୍ବାଡର ତତ୍ପରତା ଯୋଗୁଁ ଡକାୟତି ଉଦ୍ୟମ ପଣ୍ଡ ହୋଇଥିଲା। ଡେରଜାଂଗ ଡ୍ୟାମ୍ ନିକଟରେ ପୁଲିସ ତାକୁ ଏନକାଉଣ୍ଟର କରିଥିଲା। ଅନୁଗୁଳ ପୁଲିସ ଇତିହାସେର ଏହା ପ୍ରଥମ ଏନକାଉଣ୍ଟର ବୋଲି କୁହାଯାଇଛି। ଆହତ ବିଲୁକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ଭର୍ତି କରାଯାଇଥିବା ବେଳେ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଖାନାରୁ ଫେରିବା ପରେ ତାକୁ ପଚରା ଉଚରା କରୁଥିଲା। ବିଲୁଠାରୁ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସ ହାସଲ କରିଥିବା ଜଣାପଡ଼ିଛି।
ଜେଲ୍ ଗଲା ବିଲୁ ଖାଁ
/sambad/media/post_attachments/wp-content/uploads/2018/12/tment-can-i-go-to-rehab-instead-of-jail-article-photo-hands-of-prisoner-3.jpg)