ସାତକୋଶିଆରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟ, ପ୍ରାୟ ୪୦କିମିରୁ ଅଧିକ ଅଞ୍ଚଳ ବୁଲି ଗଣିଲେ ଟିମ୍‌

ବନ୍ତଳା: ଆଜି ସାତକୋଶିଆରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମ ଗୋଟିଏ ଦିନ ଧରି ହୋଇଥିଲା। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସମେତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡରେ ଥିବା ମହାନଦୀ ଓ ଜଳାଶୟଗୁଡିକରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟ ହୋଇଥିଲା।

ଏଥିରେ ତାଲିମପ୍ରାପ୍ତ ବନ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। ଏଥିପାଇଁ ମୋଟ ୧୫ଟି ଟିମ ଗଠନ ହୋଇଥିଲା। ଗୋଟିଏ ଦିନରେ ମହାନଦୀ ଗଣ୍ଡରେ ୨୨କିମି ସହ ସମସ୍ତ ଅଞ୍ଚଳ ମିଶାଇ ପ୍ରାୟ ୪୦କିମିରୁ ଉର୍ଦ୍ଧ୍ବ ଅଞ୍ଚଳରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ହୋଇଥିଲା। ପକ୍ଷୀମାନଙ୍କୁ ଅତି ନିକଟରୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର କ୍ୟାମେରା ଓ ବାଇନାକୁଲାର ବ୍ୟବହାର କରାଯାଇଥିଲା। ତେବେ ୧୫ଟି ଦଳ ଟିକରପଡାଠାରୁ ବାଲିପୁଟ ଉତ୍ତରପାର୍ଶ୍ଵ, କଟରଙ୍ଗଘାଟଠାରୁ ବାଲିପୁଟ, ବାଲିପୁଟଠାରୁ ଚକ୍ରଗଡ଼, ହରଭଙ୍ଗାଠାରୁ ଅଏଡା, ମୋରଡାଠାରୁ କୁତୁରି, ବେଲପୁଞ୍ଜି ମଠ, ଶିଶୁ ପଥର ଡ୍ୟାମ, ବିନିକେୟୀରୁ ପତକା ପ୍ରଭୂତି ଅଞ୍ଚଳରେ ଏହି ପକ୍ଷୀ ଗଣନା କରିଥିଲେ।

ତେବେ ଏଥିରେ ୧୨ଟି ଡଙ୍ଗା ଓ ଦୁଇଟି ବୋଟ ବ୍ୟବହାର ହୋଇଥିଲା। ଚଳିତବର୍ଷ ପାଗ ଅନୁକୂଳ ରହିଥିବାରୁ ଅନେକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଓ ଆହୁରି ଅନେକ ପକ୍ଷୀ ଆସିବେ ବୋଲି ସାତକୋଶିଆ ଏସିଏଫଓ ଶୁଭେନ୍ଦୁ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର