ତାଳଚେର: ଆଜି ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍‌ ପରିସରରୁ ଏକ ବୋମା ଉଦ୍ଧାର ହୋଇଥିବା ବେଳେ ସେହି ବୋମାକୁ ନିଷ୍କ୍ରିୟ କରାଯାଇଛି। ଦୀର୍ଘ ଅଧଘଣ୍ଟାର ଅପରେସନ ପରେ ବୋମାକୁ ନିଷ୍କ୍ରିୟ କରିଛି ଅନୁଗୁଳ ବମ୍ ସ୍କ୍ବାର୍ଡ। ଅଧିକ ତଥ୍ୟ ପାଇଁ ଏହି ବୋମାକୁ ଏବେ ପରୀକ୍ଷଣ ସକାଶେ ଲ୍ୟାବ୍‌କୁ ପଠାଯିବ।

Advertisment

ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ ବିଧାୟକଙ୍କ ସମର୍ଥନମାନେ ଏକ ବୋମାକୁ ଦେଖିବାକୁ ପାଇଥିଲେ। ତେବେ ଏହି ବୋମା କିଏ ଓ କାହିଁକି ରଖିଚି ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ରାସ୍ତାର ଉଭୟ ପାର୍ଶ୍ଵକୁ ବନ୍ଦ୍ କରି ଦେଇଥିଲା। ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍‌ ସ୍କ୍ୱାର୍ଡକୁ ଖବର ଦିଆଯାଇଥିଲା।

କୁହାଯାଉଛି ଯେ ବିଜେଡ଼ିର ବିଧାୟକ ବ୍ରଜ କିଶୋର ପ୍ରଧାନ ଲଗାତାର ଚାରି ଚାରି ଥର ବିଧାୟକ ହେବା ପରେ ସେ ବର୍ତ୍ତମାନ ବିଧାୟକ ହିସାବରେ ଆଇକନ ପାଲଟି ଯାଇଛନ୍ତି। ତେଣୁ ବିରୋଧୀଙ୍କ ବି ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।