ତାଳଚେର: ଆଜି ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍‌ ପରିସରରୁ ଏକ ବୋମା ଉଦ୍ଧାର ହୋଇଛି। ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ ବିଧାୟକଙ୍କ ସମର୍ଥନମାନେ ଏକ ବୋମାକୁ ଦେଖିବାକୁ ପାଇଥିଲେ। ତେବେ ଏହି ବୋମା କିଏ ଓ କାହିଁକି ରଖିଚି ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବର୍ତ୍ତମାନ ରାସ୍ତାର ଉଭୟ ପାର୍ଶ୍ଵକୁ ବନ୍ଦ୍ କରି ଦେଇଛି।

Advertisment

ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ବଢ଼ିଥିବା ବେଳେ ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍‌ ସ୍କ୍ୱାର୍ଡକୁ ଖବର ଦିଆଯାଇଛି। କୁହାଯାଉଛି ଯେ ସାଇଣ୍ଟିଫିକ୍‌ ଟିମ୍ କିମ୍ବା ବମ୍ ସ୍କ୍ବାର୍ଡ ଆସି ପ୍ରକୃତରେ ଏହା ଏକ ଟାଇମ ବମ କି ଖେଳଣା ତାହା ସ୍ପଷ୍ଟ କରିବା ପରେ ଯାଇ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଏହା ସତରେ ଏକ ଟାଇମ ବମ୍ ହୋଇଥାଏ ତାହେଲେ କିଏ ଏହାକୁ ରଖିଛି ବୋଲି ତଦନ୍ତ କରାଯିବ।

କୁହାଯାଉଛି ଯେ ବିଜେଡ଼ିର ବିଧାୟକ ବ୍ରଜ କିଶୋର ପ୍ରଧାନ ଲଗାତାର ଚାରି ଚାରି ଥର ବିଧାୟକ ହେବା ପରେ ସେ ବର୍ତ୍ତମାନ ବିଧାୟକ ହିସାବରେ ଆଇକନ ପାଲଟି ଯାଇଛନ୍ତି। ତେଣୁ ବିରୋଧୀଙ୍କ ବି ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସେଠାରେ ପୁଲିସ୍‌ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। କୌଣସି କୁଚକ୍ରୀ ଗୋଷ୍ଠୀ ଏପରି କରିଥିବା ତାଳଚେର ବିଧାୟକ କହିଛନ୍ତି।