ଶ୍ୱଶୁର ଘରୁ ଜ୍ୱାଇଁର ମୃତ ଦେହ ଜବତ

ରେଙ୍ଗାଳି: ରେଙ୍ଗାଳି ଥାନା ସୁନ୍ଦରପାଳ ଗାଁର ବଳରାମ ଶତପଥୀଙ୍କ ମୃତଦେହ ପୁଲିସ ବଜ୍ରକୋଟ ଗ୍ରାମସ୍ଥିତ ତାଙ୍କ ଶ୍ୱଶୁର ଘରୁ ଆଜି ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବଳରାମଙ୍କ ପତ୍ନୀ ଗୀତାଞ୍ଜଳି ବଜ୍ରକୋଟ ଗାଁରେ ବାପଘରେ ରହି ଏକ ଘରୋଇ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ବଳରାମ ଶ୍ୱଶୁର ଘରକୁ ଆସିଥିଲେ। ସମସ୍ତେ ଖାଇ ପିଇ ଶୋଇଥିବାବେଳେ ସକାଳେ ବଳରାମ ଶୋଇଥିବା କୋଠରିର କବାଟ ଖୋଲିନଥିଲା। ପରିବାର ଲୋକେ କବାଟ ଭାଙ୍ଗି ତାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ବଳରାମ ଆତ୍ମହତ୍ୟା କରିଛନ୍ତି ବୋଲି ଗୀତାଞ୍ଜଳି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିବାରିକ କଳହ ଯୋଗୁଁ ବଳରାମ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସଂଦେହ କରିଛି। ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏ ସଂପର୍କରେ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର