ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥର ରାଇଝରଣ ନିକଟରେ ଥିବା ବ୍ରିଟିଶ ଅମଳର ଏକ ଲୁହା ପୋଲ ଭୁଶୁଡି ପଡିଛି। ସୂଚନାଯୋଗ୍ୟ ସିଙ୍ଗଡ଼ାନାଳ ଉପରେ ଲୁହା ପୋଲଟି ଗତକାଲି ରାତିରେ ଭୁଶୁଡି ପଡିଛି। ପୋଲ ୧୯୩୦-୩୨ ମସିହାରେ ନିର୍ମିତ ହୋଇଥିଲା। ପୋଲ ବିପଦ ସଂକୁଳ ଥିବା ଯୋଗୁ ତା’ପାଖରେ ଆଉ ଏକ ପୋଲ ନିର୍ମାଣ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଗତ ୭ ବର୍ଷ ହେବ ନୂଆ ପୋଲରେ ଯାତାୟାତ କରୁଥିଲେ ଲୋକେ। ରାତିରେ କେତେବେଳେ ଏହି ବିପଦ ସଂକୁଳ ଲୁହା ପୋଲଟି ଭୁଶୁଡି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି।
ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥରେ ବ୍ରିଟିଶ ଅମଳର ପୋଲ ଭୁଶୁଡ଼ି ପଡ଼ିଲା
/sambad/media/post_attachments/wp-content/uploads/2021/03/99dd08ea-34d8-49be-8f56-fa7cd7ff77ad.jpg)