ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା

ପାଇକସାହି: ପୁରୁଣାକୋଟ ଥାନା କୋଠଭୂଇଁ ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ(୨୨) ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରତାରିତ କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଉକ୍ତ ମହିଳା ୨ ବର୍ଷ ପୂର୍ବେ ଆଠମଲ୍ଲିକ ଥାନା ଅଞ୍ଚଳରେ ବିବାହ କରିଥିଲେ। ସ୍ୱାମୀଙ୍କ ସହ ଝଗଡ଼ା ହେବାରୁ ଠାକୁରଗଡ଼ ଥାନା ଅଞ୍ଚଳରେ ଥିବା ତାଙ୍କ ବାପଘରେ ରହୁଛନ୍ତି। ୭ ମାସ ତଳେ ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କର ପ୍ରେମ ସଂପର୍କ ସ୍ଥାପିତ ହୋଇଥିଲା। ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ପୂର୍ଣ୍ଣଚନ୍ଦ୍ର ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। କିନ୍ତୁ ବିବାହ କରିବେ ନାହିଁ ବୋଲି ସେ ମନା କରିଦେଇଥିବା ମହିଳା ଜଣକ ଠାକୁରଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ପୁଲିସ କେସ୍‌ ନମ୍ବର ୪୨/୨୦୧୮, ଦଫା ୩୪୧, ୩୫୪(ଖ), ୫୦୯, ୫୦୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର