ଠକେଇ: ରାଉରକେଲାରୁ ବନ୍ଧା ହେଲା ଅଭିଯୁକ୍ତ

ଅନୁଗୁଳ: ଦୁଇଲକ୍ଷ ୭୦ ହଜାର ଟଙ୍କା ଠକି ଘୂରି ବୁଲୁଥିବା ଠକକୁ ଅନୁଗୁଳ ଥାନା ପୁଲିସ୍‌ ରାଉରକେଲାରୁ ଗିରଫ କରିଛି। ଗତ ସୋମବାର ବଡ଼ି ଭୋର୍‌ରୁ ରାଉରକେଲା ସେକ୍ଟର-୧୫ରୁ ସୁରେଶ ସେଠୀଙ୍କ ପୁଅ ରବୀନ୍ଦ୍ର ସେଠୀଙ୍କୁ ଗିରଫ କରାଯାଇଛି। ୨୦୧୩ ମସିହାରେ ସେ ଅନୁଗୁଳ ଏଚ୍‌ଏଫ୍‌ଡିସି ଲାଇଫ୍‌ରେ କାମ କରୁଥିବାବେଳେ ଠକେଇ କରିଥିଲେ। ନୂଆପଡ଼ାର ସୁଧାକର ବିଶ୍ୱାଳ ଏଚ୍‌ଏଫ୍‌ଡିସି ଲାଇଫ୍‌ରୁ ୨ ଲକ୍ଷ ୭୦ ହଜାର ଟଙ୍କାର ବଣ୍ଡ ପାଇଥିଲେ। ଏହାକୁ ଏନ୍‌କ୍ୟାସ୍‌ କରି ଫେଡେରାଲ ବ୍ୟାଙ୍କ୍‌ରେ ରଖିଲେ ଅଧିକ ସୁଧ ମିଳିବ ବୋଲି ସୁଧାକରଙ୍କୁ ବୁଝାଇଥିଲେ। ସୁଧାକର ରାଜି ହେବା ପରେ ରବୀନ୍ଦ୍ର କାଗଜପତ୍ର ପ୍ରସ୍ତୁତ କରିଥିଲେ। ପରେ ଟଙ୍କା ଉଠାଇ ନେଇଥିଲେ। ରାଉରକେଲାର ଲୋକ ହୋଇଥିବାରୁ ଏଠାରୁ ଫେରାର ହୋଇ ଯାଇଥିଲେ। ଅନେକଥର ସୁଧାକର ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରା ଦେଇନଥିଲେ। ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ଭୋର୍‌ରୁ ଚଢ଼ଉ କରି ପୁଲିସ୍‌ ଗିରଫ କରିଛି।

ସମ୍ବନ୍ଧିତ ଖବର