ଅନୁଗୁଳ: ଶରଧାପୁର ଫାୟାରିଂ ରେଞ୍ଜ୍ରେ ଯବାନଙ୍କ ଗୁଳିଗୋଳା ଅଭ୍ୟାସ ବେଳେ ଅଘଟଣ ଘଟିଛି। ଜଣେ ମହିଳାଙ୍କ ଦେହରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ତେବେ ଗୁଳିଟି କାନ୍ଥରେ ବାଜି ପରେ ଛାତିରେ ବାଜିଥିବାରୁ ଗଭୀର କ୍ଷତ ହୋଇନାହିଁ। ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏସ୍ଡିପିଓ ହରିହର ପାଣି ମେଡିକାଲ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଆହତ ମହିଳା ଜଣକ ଶରଧାପୁରର ବଦନୀ ମିଶ୍ର(୭୦) ବୋଲି ଜଣାପଡ଼ିଛି। ସକାଳ ସାଢ଼େ ୬ଟା ବେଳେ ସେ ଦାନ୍ତ ଘସୁଥିବା ସମୟରେ ଗୁଳି କାନ୍ଥରେ ବାଜି ତାଙ୍କ ଛାତିକୁ ଛିଟିକି ଥିଲା। ତେବେ ସନ୍ଧ୍ୟାରେ ସେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଯାଇଛନ୍ତି। ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ରେ‘!ଡ଼୍କ୍ରସ୍ରୁ ସହାୟତା ପ୍ରଦାନ ପାଇଁ ଏସ୍ଡିପିଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।
ସୂଚନା ମୁତାବକ, ଏହି ସ୍ଥାନକୁ ଫାୟାରିଂ ରେଞ୍ଜ ଭାବରେ ସରକାରୀସ୍ତରରେ ଘୋଷଣା କରାଯାଇଛି। ସମସ୍ତ ପ୍ରକାରର ପୁଲିସ୍ ଓ ସୁରକ୍ଷାବଳମାନଙ୍କର ଗୁଳିଗୋଳା ଅଭ୍ୟାସ ଏଠାରେ ହିଁ କରାଯାଏ। ଆଜି ଭୋର୍ରୁ ତାଳଚେର ଚାଇଁପାଳରେ ଥିବା ଟିଟିପିଏସ୍ ସିଆଇଏସଏଫ୍ ୟୁନିଟ୍ର ଏଠାରେ ଗୁଳିଚାଳନା ଅଭ୍ୟାସ ହେଉଥିଲା। ଅଭ୍ୟାସ ପୂର୍ବରୁ ଏଠାରେ ଆଡ୍ଭାଇଜୋରି ଜାରି ହେବା ସହ ବିଗୁଲ ବଜାଯାଇ ସତର୍କ କରାଯାଇଥିଲା। ଗୁଳି ଲକ୍ଷ୍ୟଚ୍ୟୁତ ହୋଇ ପାହାଡ଼ ତଳେ ଘଯଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଗାଁକୁ ଚାଲି ଯାଇଥିଲା। ଗୁଳିଟି ୯ମିମି ପିସ୍ତଲରୁ କରାଯାଇଥିଲା। ଏହି ପିସ୍ତଲରୁ ଗୁଳି ୧ କିଲୋମିଟର ପର୍ଯ୍ୟନ୍ତ ଯିବା କଥା ନୁହେଁ। ଏଠାରେ ଏକ କିଲୋମିଟର ଦୂରରେ ଥିବା ଗାଁକୁ କିଭଳି ଗଲା ସେ ନେଇ ପ୍ରଶ୍ନ ଉଠିଛି। ପବନ ବେଗ ସହ ମିଶି ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ଚାଲି ଯାଇଥିବା ଆଶଙ୍କା କରାଯାଉଛି। ଅନ୍ୟପଟେ ସରକାରୀଭାବରେ ଏହାକୁ ଫାୟାରିଂ ରେଞ୍ଜ ଘୋଷଣା କରାଯାଇଥିବା ବେଳେ ଏଠାରେ ଜନବସତି କିଭଳି ରହିଛି, ତାହାକୁ କାହିଁକି ସୁରକ୍ଷିତ କରାଯାଇ ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସିଆଇଏସ୍ଏଫ୍ ଅଭ୍ୟାସ:ଗୁଳି ବାଜି ମହିଳା ଗୁରୁତର
/sambad/media/post_attachments/wp-content/uploads/2018/07/ang5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)