କଲେଜ ଛାତ୍ରୀ ଅପହରଣ

ଭାପୁର,: ସଦର ଥାନା ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଗତକାଲି ଭାପୁର ଗାଁର ଜଣେ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଯୁକ୍ତଦୁଇ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଗତକାଲି କଲେଜକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ଛାତ୍ରୀଙ୍କ ବାପା ଏ ସଂପର୍କରେ ଗତକାଲି ଭାପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଭାପୁର ଗାଁର କୁନା ସେଠୀ(୨୧) ତାଙ୍କ ଝିଅକୁ ଅପହରଣ କରିନେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏ ଘଟଣାରେ ଜଣେ କାର୍‌ ଚାଳକ ଓ ଜଣେ ଯୁବକଙ୍କୁ ପୁଲିସ ପଚରାଉଚରା ଚଳାଇଛି। ସଦର ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଭାପୁର ଫାଣ୍ଡି ଅଧିକାରୀ ପ୍ରସନ୍ନ ପଢ଼ିହାରୀ କହିଛନ୍ତି।

ସମ୍ବନ୍ଧିତ ଖବର