ଅନୁଗୁଳ: ଅନୁଗୁଳ ଟିକାକରଣ କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଚିରିବାକୁ ନେଇ ତେଜିଲା ବିବାଦ । ଥାନାରେ ପହଁଚିଲା ମାମଲା । ବିଜେପି କର୍ମୀଙ୍କ ବିରୋଧରେ ଅଭିଯୋଗ କଲେ ବିଜେଡି କର୍ମୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ । ଗତକାଲି ଅନୁଗୁଳ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବାକୁ ବିରୋଧ କରି ପାଟିତୁଣ୍ଡ କରିବା ସହ ଚିରି ଦେଇଥିଲେ ବିଜେପି କର୍ମୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଇବାକୁ ଦାବି କରିଥିଲେ ।
ଟିକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ବିଶୃଙ୍ଖଳା ସୃଷ୍ଟି କରିଥିଲେ କିଛି ବିଜେପି କର୍ମୀ । କିନ୍ତୁ ପୁଲିସ ଆସିବା ପୂର୍ବରୁ ସେମାନେ ଚମ୍ପଟ ମାରିଥିଲେ । ପ୍ରାୟ ଦେଢ ମାସ ଧରି ଅନୁଗୁଳ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ର ଚାଲୁଛି । ଗତକାଲି ହଜାର ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ବିଶୃଙ୍ଖଳା ଯୋଗୁ ଟିକାକରଣ ବାଧାପ୍ରାପ୍ତ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Poster-Removal-Protest_Thumbnail.jpg)