ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ ଓ ମହିଳା

ଅନଗୁଳ: ସମ୍ବଲପୁର-ଅନଗୁଳ ରେଳପଥର କୁମୁଣ୍ଡ ନିକଟରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ପଡ଼ିଥିବା କଥା ଶନିବାର ସକାଳେ ସ୍ଥାନୀୟ ଲୋକେ ଦେଖିଛନ୍ତି।

ମୃତ ବ୍ୟକ୍ତିଙ୍କର ନାମ ବିଭୁତି ସାହୁ। ତାଙ୍କର ଘର ବଅଁରପାଳ ଅଞ୍ଚଳର ଚଉରିଡିହ। ଅବିବାହିତ ବିଭୁତି ସେଣ୍ଟରିଙ୍ଗ୍‌ କାମ କରୁଥିଲେ। ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ।

ଗତ ରାତିରେ କୌଣସି ଟ୍ରେନ୍‌ ସମ୍ମୁଖକୁ ଡେଇଁ ସେମାନେ ଜୀବନ ହାରିଥିବା କଥା ଅନୁମାନ କରାଯାଉଛି। ଅବୈଧ ପ୍ରେମ ସମ୍ପର୍କ ସେମାନଙ୍କର ଆତ୍ମହତ୍ୟାର କାରଣ ବୋଲି ଶୁଣାଯାଉଛି।

ଅନଗୁଳରୁ ଜିନ୍ଦଲ ପଟକୁ ଯିବା ରାସ୍ତାର ଥିବା ଗୋଟାଏ ଛୋଟିଆ ପୋଲ ଉପରେ ସେମାନଙ୍କ ମଟରସାଇକେଲ୍‌ ଥୁଆ ହୋଇଛି। ଉଭୟ ପୋଲ ପାଖ ଗଡ଼ାଣିବାଟେ ତଳକୁ ଓହ୍ଲାଇ ସେଠାରୁ ପ୍ରାୟ ୫୦୦ ମିଟର ଯିବା ପରେ ଟ୍ରେନ୍‌ ଆଗକୁ ଡେଇଁଥିବା ଜଣାପଡୁଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

ସମ୍ବନ୍ଧିତ ଖବର