ନାଲକୋ ନଗର: ଦୁଇଟି ଟ୍ରକ ସଂଘର ବିବାଦ ଯୋଗୁଁ ଆଜି ସକାଳ ୮ଘଟିକା ଠାରୁ ସିପିପି ପ୍ଲାଣ୍ଟରୁ ପାଉଁଶ ପରିବହନ ଠପ ହୋଇଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସିପିପି ପ୍ଲାଣ୍ଟ ପରିସରରୁ ନାଲକୋ ରିଜୋନାଲ ଟ୍ରକ ମାଲିକ ସଂଘ ଓ ନାଲକୋ ପେରିଫେରି ଟ୍ରକ ମାଲିକ ସଂଘ ମଧ୍ୟରେ ପାଉଁଶ ପରିବହନକୁ କେନ୍ଦ୍ର କରି ୨୦୧୭ମସିହାରେ ବିବାଦ ଆରମ୍ଭ ହୋଇଥିଲା। ପରେ ବିବାଦକୁ ନେଇ ଅନଗୁଳ ଉପଜିଲ୍ଲାପାଳଙ୍କ କକ୍ଷରେ ନାଲକୋ ପ୍ରଶାସନ ଓ ଉଭୟ ଟ୍ରକ ମାଲିକ ସଂଘ ଉପସ୍ଥିତରେ ଆଲୋଚନା ହୋଇଥିଲା।
ତାପରେ ନାଲକୋ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଥାନାରେ ପାଉଁଶ ପରିବହନକୁ ନେଇ ଉଭୟ ଟ୍ରକ ମାଲିକ ସଂଘ ଆପସ ବୁଝାମଣା ହୋଇଥିଲା। ପୁନର୍ବାର ଉକ୍ତ ବିବାଦ ଆସିବା ଯୋଗୁଁ ଆଜି ନାଲକୋ ରିଜୋନାଲ ଟ୍ରକ ମାଲିକ ସଂଘ ସିପିପି ପ୍ଲାଣ୍ଟ ପାଉଁଶ ପରିବହନ ଫାଟକ ସମ୍ମୁଖରେ ଧାରଣା ଦେବା ସହ ନାଲକୋ ଥାନା ଅଧିକାରିଣୀ, ନାଲକୋ ସିପିପି ପ୍ରବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ନାଲକୋ ରିଜୋନାଲ ଟ୍ରକ ମାଲିକ ସଂଘର ସଭାପତି ପ୍ରଭାସ ସାମଲ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ଗଡନାୟକ, ଅମିତ କୁମାର ଗଡନାୟକ, କରଣ ଗଡନାୟକ, ବିକାଶ ଗଡନାୟକ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Untitled-31.jpg)