ଢେଙ୍କାନାଳ: ଗଁଦିଆ ଥାନା ଦେଓଗାଁ ଗ୍ରାମର ଶିକାରୀ ସୁଶାନ୍ତ ନାଏକଙ୍କ ମୃତ ଦେହକୁ ପୁଲିସ ମଙ୍ଗଳବାର ମାଟି ତଳୁ ଉଦ୍ଧାର କରିଛି। କପିଳାସ ସଂରକ୍ଷିତ ଜଙ୍ଗଲକୁ ଅନ୍ୟ ୨ଜଣ ଶୀକାରୀଙ୍କ ସହିତ ଶିକାର କରିବାକୁ ଯାଇ ଥିବା ସୁଶାନ୍ତ ୨ଦିନ ହେବ ନିଖୋଜ ଥିଲେ। ଜନ୍ତୁ ଶିକାର ବେଳେ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ସୁଶାନ୍ତଙ୍କ ଦେହରେ ବାଜିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାକୁ ଲୁଚାଇବାକୁ ଯାଇ ଲକ୍ଷ୍ମଣ ମହାପାତ୍ର ଓ ଅନ୍ୟ ଜଣେ ଶିକାରୀ ମିଶି ସୁଶାନ୍ତଙ୍କ ମୃତ ଦେହକୁ ମାଟିରେ ପୋତି ଦେଇଥିଲେ। ପରେ ଗାଁରେ ବିଭିନ୍ନ ପ୍ରକାର ଆଲୋଚନା ହେବାରୁ ପୋଲିସ ସନ୍ଦେହରେ ଲକ୍ଷ୍ମଣଙ୍କୁ ସୋମବାର ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତଙ୍କ ଠାରୁ ପୁଲିସ ୨ଟି ବନ୍ଧୁକ ଜବତ କରିଛି।
ଶିକାରୀ ଗୁଳିରେ ଶିକାରୀ ମୃତ: ମାଟି ତଳୁ ମୃତ ଦେହ ଜବତ, ଜଣେ ଗିରଫ
ଆଉ ଜଣେ ଫେରାର, ୨ଟି ବନ୍ଧୁକ ଜବତ କଳା ପୁଲିସ
/sambad/media/post_attachments/wp-content/uploads/2017/09/Hunter_Huffington-Post.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)