ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଗ୍ରାମର ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ସନ୍ଧ୍ୟାରୁ ଗ୍ରାମର ଜ୍ଞାନେନ୍ଦ୍ର ପ୍ରଧାନ(୩୪) ନିଖୋଜ ଥିଲେ। ଆଜି ସକାଳେ ପରିବାର ଲୋକେ ଖୋଜାଖୋଜି କରି ସନ୍ଦେହ କରି ବାଡ଼ିରେ ଥିବା କୂଅରେ ଖୋଜି ପାଇଥିଲେ।
ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ଜ୍ଞାନେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୁହଁରେ ସାମାନ୍ୟ ଦାଗ ରହିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି। ତାଙ୍କର ପୂର୍ବରୁ ହାପର ରୋଗ ଥିଲା। ଛେଣ୍ଡିପଦା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।