କଣିହାଁ: ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ପ୍ଲାଣ୍ଟ ଭିତରୁ ଗତକାଲି ସନ୍ଧ୍ୟାରେ ଡ୍ରେନରେ ପଡି ମୃତ୍ୟୁ ବରଣ କରିଥିବା ଜଣେ ଠିକାଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ୍ୟୁ ବରଣ କରିଥିବା ଶ୍ରମିକ ଜଣକ ହେଲେ କଣିହାଁ ଥାନା ଘଣ୍ଟିଆନାଳି ଗାଁର ସପନେଶ୍ୱର ପଧାନ( ୩୩)।
ଖବରପାଇ ସ୍ଥାନୀୟ ଲୋକ ଓ ଘଣ୍ଟିଆନାଳି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ମୃତଦେହକୁ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ ସୂଚନାରୁ ପ୍ରକାଶ ଯେ ସପନେଶ୍ୱର ଗତ ୩ ତାରିଖ ଦିନ ତାଙ୍କ ଘରୁ ଜେଆଇଟିପିଏଲ ପ୍ଲାଣ୍ଟର ପାଉଁଶ ପୋଖରୀ ଅଞ୍ଚଳକୁ କାମ କରିବା ଆସିଥିଲେ। ସନ୍ଧ୍ୟାରେ କାମସାରି ବାଇକରେ ଘରକୁ ଫେରିବା ବେଳେ ହଠାତ ଝଡତୋଫାନ ଆସିବାରୁ ଭାରସାମ୍ୟ ହରାଇ ପ୍ଲାଣ୍ଟ ଭିତରେ ଥିବା ଏକ ଡ୍ରେନ ଭିତରେ ପଡ଼ି ଯାଇଥିଲେ। ବାଇକଟି ତାଙ୍କ ଉପରେ ମାଡ଼ି ବସିଥିଲା। ସନ୍ଧ୍ୟାରେ ସେ ଫେରିବାର ବିଳମ୍ବ ହେବାରୁ ତାଙ୍କ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୋଣସି ପତ୍ତା ମିଳି ନ ଥିଲା।
ଗତକାଲି ସନ୍ଧ୍ୟା ସାଢ଼େ ୯ଟା ବେଳେ ସପନେଶ୍ୱର ପ୍ଲାଣ୍ଟର ଏକ ଡ୍ରେନ ଭିତରେ ପଡି ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ଦେଖିଛନ୍ତି ବୋଲି କହିଥିଲେ। ରାତିରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ଘଟଣାସ୍ଥଳରେ କଣିହାଁ ଥାନା ପୁଲିସ ଓ ଜେଆଇ ଟିପିଏଲ କର୍ତ୍ତୃପକ୍ଷ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କୁ ବୁଝା ସୁଝା କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/873274c9-c7b3-4f39-8e16-969ffa32f9ce.jpg)