ଅନୁଗୁଳ: ମଂଗଳବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଶିକ୍ଷକପଡ଼ାର ନରହରି ବିଶ୍ବାଳ(୫୮) ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଜି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଶବଦାହ ପାଇଁ ନିଆଯାଇଥିଲା। ମାତ୍ର ଅଚାନକ କୌଣସି କାରଣରୁ ଅଧାବାଟରୁ ତାଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କୋକେଇରେ ବୁହା ହୋଇ ଡାକ୍ତରଖାନାକୁ ଅଣାଯିବା ନେଇ ସେଠାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର ନରହରିଙ୍କୁ ମୃତ ଘୋଷଣା କରିବା ପରେ ପୁଣି ପରିବାର ଲୋକେ ଶବଦାହ ପାଇଁ ଶଶ୍ମାନକୁ ନେଇଥିଲେ। ନରହରିଙ୍କ ଜୀବନ ଥିବା ସନ୍ଦେହରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିବା କହୁଥିବା ବେଳେ ମୃତ୍ୟୁ ପ୍ରମାଣପତ୍ର ପାଇବା ସୁବିଧା ହେବା ନେଇ ଏଠାକୁ ଅଣାଯାଇଥିବା କୁହାଯାଉଛି। ତେବେ ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
କୋକେଇରେ ଡାକ୍ତରଖାନାକୁ ଆଣିଲେ ଶବ
/sambad/media/post_attachments/wp-content/uploads/2019/03/deadbody-1.jpg)